ଅନୁଗୁଳ: ଅନୁଗୁଳ ସ୍ଥିତ ବଚପନ୍ ପ୍ଲେ ସ୍କୁଲର ୧୫ ତମ ବାର୍ଷିକ ଉତ୍ସବ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ( ଏଡିୟୁଜେ) ସଭାପତି ଅଜିତ କୁମାର ଧର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ କୁନି କୁନି ଛାତ୍ରଛାତ୍ରୀ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ, ଯାହା ଅଭିଭାବକ ଓ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା। ଏ ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ପୁରସ୍କୃତ କରିଥିଲେ। ଶତାଧିକ ଅଭିଭାବକ ସହ ବିଦ୍ୟାଳୟର ସମସ୍ତ କର୍ମଚାରୀ, ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ ସହଯୋଗ କରିଥିଲେ।
ବଚପନ୍ ପ୍ଲେ ସ୍କୁଲର ୧୫ ତମ ବାର୍ଷିକ ଉତ୍ସବ ଆୟୋଜିତ
- Post published:February 3, 2025
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
Tags: Angul