ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ ଓସିସି କଲୋନୀ ଆଖଣ୍ଡଳମଣି ଓ ମା’ ସନ୍ତୋଷୀ ମନ୍ଦିରରେ ମା’ ହିଙ୍ଗୁଳା ଓ ମା’ ବାଟମଙ୍ଗଳାଙ୍କ ଲେଉଟାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତ ୨୮ ତାରିଖରେ ସନ୍ତୋଷୀ ମା’ଙ୍କ ୩୭ତମ ବାର୍ଷିକ ଉତ୍ସବରେ ତାଳଚେରର ଅଧିଷ୍ଠାତ୍ରୀ ମା’ ହିଙ୍ଗୁଳା ଓ ମା’ ବାଟମଙ୍ଗଳାଙ୍କୁ ଆମନ୍ତ୍ରଣ କରି ଅଣାଯାଇଥିଲା।
ସୋମବାର ପୂଜାର୍ଚ୍ଚନା ପରେ ମୁଖ୍ୟ ସେବକ ଆକୁଳ ପଣ୍ଡାଙ୍କ ପୌରୋହିତ୍ୟରେ ନାମ ସଂକୀର୍ତ୍ତନ ଓ ମନ୍ଦିର ପରିକ୍ରମା କରାଯାଇଥିଲା। ବାପଘରୁ ଝିଅ ବିଦାୟ ପରି ପିଠାପଣା, ଶାଢୀ, ଶଙ୍ଖା, ପ୍ରସାଧନ ସାମଗ୍ରୀ ଦେଇ ମହିଳା ଭକ୍ତମାନେ ଦୁଇ ଦେବୀଙ୍କୁ ବିଦାୟ ଦେଇଥିଲେ। ଶୋଭାଯାତ୍ରାରେ ବାହାରି ପ୍ରଥମେ ମା’ ବାଟମଙ୍ଗଳାଙ୍କୁ କପିଳେଶ୍ୱର ମନ୍ଦିର ନିକଟରେ ଛାଡି ପରେ ମା’ ହିଙ୍ଗୁଳାଙ୍କୁ ତାଳଚେର ଗୋପାଳ ପ୍ରସାଦରେ ବିଦାୟ ଦିଆଯାଇଥିଲା।











