ବଅଁରପାଳ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ୟାଣ ସମିତି ବୈଠକ ଆୟୋଜିତ

You are currently viewing ବଅଁରପାଳ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ୟାଣ ସମିତି ବୈଠକ ଆୟୋଜିତ


ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତି ପରିଚାଳନା ପରିଷଦର ବୈଠକ ଅନୁଷ୍ଠିତ ହୋଇଛି। ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷର ଆୟବ୍ୟୟ ଏବଂ ପୂର୍ବ ନିଷ୍ପତ୍ତିର ସମୀକ୍ଷା କରାଯାଇଥିଲା। ଏଥିସହ ୨୦୨୬-୨୭ ବର୍ଷ ପାଇଁ ବାର୍ଷିକ ଯୋଜନା ଉପସ୍ଥାପିତ ହୋଇଥିଲା।

ସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ତର୍ବିଭାଗ, ପ୍ରସବ କକ୍ଷ, ଔଷଧ ଭଣ୍ଡାର ମରାମତି, ଆବର୍ଜନା ପରିଚାଳନା, ଅଲଟ୍ରାସାଉଣ୍ଡ, ଏକ୍ସ-ରେ ଏବଂ ଆମ୍ବୁଲାନ୍ସ ସେବା ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଏଗୁଡ଼ିକର ଶୀଘ୍ର ସମାଧାନ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି।

ଡାକ୍ତର ଶଙ୍କର ଶଙ୍କର୍ଷଣ ଗାହାଣ ବୈଠକ ପରିଚାଳନା କରିଥିବାବେଳେ ବିଡିଓ ଲୋଚନ ଦାସ, ଜିଲ୍ଲା ପରିଷଦ ସଦସ୍ୟ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

Share

Leave a Reply