ଅନୁଗୋଳରେ ବରିଷ୍ଠ ନାଗରିକ କାର୍ଡ ବଣ୍ଟନ ମେଳା ଅନୁଷ୍ଠିତ

You are currently viewing ଅନୁଗୋଳରେ ବରିଷ୍ଠ ନାଗରିକ କାର୍ଡ ବଣ୍ଟନ ମେଳା ଅନୁଷ୍ଠିତ

ଅନୁଗୋଳ: ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ଅନୁଗୋଳ ଜିଲ୍ଲା ପୋଲିସ ପକ୍ଷରୁ ଆଜି ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନାଗରିକ କାର୍ଡ ବଣ୍ଟନ ମେଳା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଉପର ନିରୀକ୍ଷକ, ତାଳଚେର ଆଶିଷ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନୁଗୋଳ ଏସ୍‌ପି ରାହୁଲ ଜୈନ ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ମୋଟ ୪୮୦ ଜଣ ବରିଷ୍ଠ ନାଗରିକଙ୍କୁ କାର୍ଡ ବଣ୍ଟନ କରାଯାଇଥିଲା। ଏହି କାର୍ଡ ମାଧ୍ୟମରେ ବରିଷ୍ଠ ନାଗରିକମାନେ ଜରୁରୀ ପରିସ୍ଥିତିରେ ତୁରନ୍ତ ପୋଲିସ ସହାୟତା ପାଇପାରିବେ ଏବଂ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ ହେବ।

ଏହା ପୋଲିସ ଓ ବୟସ୍କଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ସହ ଜନ-ଅନୁକୂଳ ପୋଲିସିଂ ପ୍ରତି ଅନୁଗୋଳ ପୋଲିସର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି। ଆଗାମୀ ଦିନରେ ଅଧିକ ବରିଷ୍ଠ ନାଗରିକଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Share

Leave a Reply