ବଢ଼ି ପାଣିରେ ନାଳରେ ଭାସିଗଲେ ଯୁବକ, ଉଦ୍ଧାର କଲେ ସ୍ଥାନୀୟ ଲୋକ

You are currently viewing ବଢ଼ି ପାଣିରେ ନାଳରେ ଭାସିଗଲେ ଯୁବକ, ଉଦ୍ଧାର କଲେ ସ୍ଥାନୀୟ ଲୋକ

ଅନୁଗୁଳ: ସ୍ଥାନୀୟ ଲିଙ୍ଗରା ନାଳରେ ଡେରଜାଙ୍ଗ ଡ୍ୟାମ୍ ପାଣି ଛାଡ଼ିବା ଫଳରେ ନାଳରେ ବଢ଼ି ପାଣି ଆସି ଜଣେ ଯୁବକ ଭାସି ଯାଇଛନ୍ତି। ସ୍ଥାନୀୟ ଲୋକଙ୍କ ନଜର ପଡ଼ିବା ପରେ ସେମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରିଛନ୍ତି।

ସୂଚନା ମୁତାବକ, ପରତରା ଗାଁର ଅନୀଲ ନାଏକ ପାଣିରେ ଭାସି ଯାଇଥିଲେ। ପାଖାପାଖି ୨ କିଲୋମିଟର ଭାସିବା ପରେ ଜରାସିଂହା ଗାଁର ଲୋକେ ତାଙ୍କୁ ଦେଖି ଉଦ୍ଧାର କରିଥିଲେ। ବର୍ତ୍ତମାନ ତା’ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଜଣାଯାଇଛି। ତେବେ ଅନୀଲଙ୍କ ଆଖିକୁ ଝାପସା ଦିଶୁଥିବାରୁ ସେ ଅଜାଣତରେ ପାଣିରେ ଭାସି ଯାଇଥିବା ଅନୁମାନ କରାଯାଉଛି।

Share

Leave a Reply