ଅନୁଗୁଳ: ଆସନ୍ତା ୧୦ ତାରିଖରୁ ସ୍ଥାନୀୟ ସଭାଘର ମଞ୍ଚରେ ଭାରତର ସୁନାମଧନ୍ୟ ଯାଦୁକର ବାଦଶାହ ଖାନଙ୍କ ଆକର୍ଷଣୀୟ ଯାଦୁ ଖେଳ ଉଦଘାଟିତ ହେବ। ଅନୁଗୁଳ ରେଡକ୍ରସ ପାଣ୍ଠି ବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନ ସହଯୋଗରେ ଏହି ଯାଦୁ ଖେଳ ଆୟୋଜିତ ହେଉଛି।
ଏ ଅବସରରେ ବାଦଶାହ ରୋପ୍ ଟ୍ରିକ୍ସ ଠାରୁ ଆରମ୍ଭ କରି ମେଣ୍ଟାଲ ଈଲୁଜନ,ଡିଜିଟାଲ ମ୍ୟାଜିକ ତଥା ଅନ୍ୟାନ୍ୟ ଚମତ୍କାର ଯାଦୁର ଇନ୍ଦ୍ରଜାଲ ପରିବେଷଣ କରିବେ ଯାହା ପରିବାରର ସମସ୍ତଙ୍କୁ ଆକୃଷ୍ଟ କରିବ ବୋଲି ବାଦଶାହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଟିକେଟର ମୂଲ୍ୟ ୩୦୦,୨୦୦ ଓ ୧୫୦ ଟଙ୍କା ରଖାଯାଇଛି।ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଏ ଯାଦୁ ଖେଳ ଚାଲୁ ରହିବ। ସମ୍ମିଳନୀରେ ବାଦଶାହଙ୍କ ସହଯୋଗୀ ନବୀନ ରାୟ ମଧ୍ୟ ଉପସ୍ଥିତ ଥିଲେ।