ବାଜିରାଉତ କପ ଫୁଟବଲ: ଗୋଆ,ହାଇଦ୍ରାବାଦ,ରାଜସ୍ଥାନ ବିଜୟୀ

You are currently viewing ବାଜିରାଉତ କପ ଫୁଟବଲ: ଗୋଆ,ହାଇଦ୍ରାବାଦ,ରାଜସ୍ଥାନ ବିଜୟୀ

ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆ ଠାରେ ବାଜି ରାଉତ କପ ଜାତୀୟ ଫୁଟବଲ ପ୍ରତିଯୋଗୀତା ତିନୋଟି କ୍ୱାଟରଫାଇନାଲ ମ୍ୟାଚ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଆଜି ଅନୁଷ୍ଠିତ ମ୍ୟାଚରେ ଅନୁଗୁଳର ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ପୌରପାଳିକା ଉପାଧ୍ୟକ୍ଷା ଅନୁପମା ସାହୁ ଓ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ପ୍ରଥମ ମ୍ୟାଚ ସକାଳ ୯ଟା ବେଳେ ଆରମ୍ଭ ହୋଇଥିଲା। ଏଥିରେ ଗୋଆର ଚର୍ଚିଲ ବ୍ରଦର୍ଶ ଗୋକୁଳମ କେରଳକୁ ହରାଇ ଥିଲା। ଖେଳ ୧-୧ ରେ ବରାବର ରହିବା ପରେ ପେନାଲଟି ସୁଟ ଆଉଟରେ ଗୋଆ ୫-୩ ଗୋଲରେ ବାଜି ମାରି ନେଇଥିଲା। ଗୋଆ ଗୋଲ କିପର ଫରନାଡିଜ ଚମତ୍କାର ଗୋଲ ରକ୍ଷଣ କରି ମ୍ୟାନଅଫ ମ୍ୟାଚ ଭାବେ ୨୦ ହଜାର ଟଙ୍କା ପୁରସ୍କାର ପାଇଥିଲେ। ଦ୍ଵିତୀୟ ମ୍ୟାଚରେ ଡେକାନ ହାଇଦ୍ରାବାଦ ୨-୧ ଗୋଲରେ ଦିଲ୍ଲୀ ଫୁଟବଲ କ୍ଲବକୁ ହରାଇଥିଲା। ସେହିଭଳି ତୃତୀୟ ମ୍ୟାଚରେ ରାଜସ୍ଥାନ ଇଉନାଇଟେଡ ୨-୦ ଗୋଲରେ ମହମ୍ମଡାନ ସ୍ପୋର୍ଟିଂକୁ ହରାଇଥିଲା।

ଖେଳ ଦେଖିବାକୁ ବହୁ ଦର୍ଶକଙ୍କ ଭିଡ ଦେଖିବାକୁ ମିଲିଥିଲା। ଓସିଏ ସଦସ୍ୟ ପ୍ରତାପ ପ୍ରଧାନଙ୍କ ସମେତ,ବିରେନ ସାମଲ, ଶିବ ରାଉତ, ଉତ୍ଥାନପାଦ ମହାପାତ୍ର, ପ୍ରଶାନ୍ତ ସିହ୍ନା ପ୍ରମୁଖ ଖେଳ ପରିଚାଳନାରେ ସହାୟତା କରିଥିଲେ।

Share

Leave a Reply