୩ ସପ୍ତାହର ସଂଘର୍ଷ ପରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା, ଏବେ ବି ଧରାପଡ଼ିନି ଅଭିଯୁକ୍ତ

You are currently viewing ୩ ସପ୍ତାହର ସଂଘର୍ଷ ପରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା, ଏବେ ବି ଧରାପଡ଼ିନି ଅଭିଯୁକ୍ତ

ଭୁବନେଶ୍ୱର: ଶନିବାର ପୋଡ଼ିହୋଇଥିଲେ ଆଉ ଶନିବାର ଶେଷ ନିଶ୍ୱାସ ତ୍ୟାଗ କଲେ। ୩ ସପ୍ତାହର ସଂଘର୍ଷ ପରେ ଆଖି ବୁଜିଛନ୍ତି ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କ ମୃତ୍ୟୁ ଘଟିଛି।

ସୂଚନା ମୁତାବକ, ଜୁଲାଇ ୧୯ ତାରିଖ ଦିନ ପୀଡ଼ିତା ସକାଳୁ ସାଙ୍ଗ ଘରକୁ ଯାଉଥିଲେ। ବାଟରେ ନାବାଳିକାକୁ ଉଠାଇନେଇଥିଲେ ୩ ଦୁର୍ବୃତ୍ତ। ମୁହଁରେ କପଡ଼ା ବାନ୍ଧି ଭାର୍ଗବୀ ନଦୀ ପଠାକୁ ନେଇଯାଇଥିଲେ। ପେଟ୍ରୋଲ ଢାଳି ନିଆଁ ଲଗାଇ ଜାଳିଦେଇଥିଲେ ବୋଲି ସେ କହିଥିଲେ। ପିପିଲି ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ପୀଡ଼ିତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ୩ଥର ଅସ୍ତ୍ରୋପଚାର ହୋଇଥିଲା। ସେପଟେ ଏମସରେ ତାଙ୍କର ତିନି ଥର ବୟାନ ମଧ୍ୟ ରେକର୍ଡ ହୋଇଛି।

ତେବେ ଦୁଃଖର କଥା ହେଉଛି ମାମଲାରେ ଏ ଯାଏଁ କାହାରିକୁ ଗିରଫ କରାଯାଇନାହିଁ।

Share

Leave a Reply