ଛେଣ୍ଡିପଦା: ସ୍ଥାନୀୟ ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ପୋଲିସ ପ୍ରେମିକକୁ ଗିରଫ କରିବା ସହ କୋର୍ଟଚାଲାଣ କରିଛି। ପ୍ରେମିକ ଜଣକ ହେଲେ ବଡ କେରଜାଙ୍ଗର ଲିପୁ ବିଶ୍ବାଳ (୨୪)।
ପୋଲିସ ସୂଚନା ମୁତାବକ, ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ବଡ଼ କେରଜାଙ୍ଗର ଲିପୁ ବିଶ୍ବାଳ ସେହି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ୬ ବର୍ଷ ହେବ ଭଲ ପାଉଥିଲେ। ସେ ବିବାହର ପ୍ରଲୋଭନ ଦେଖାଇ ପ୍ରେମିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଆସୁଥିଲା। କିନ୍ତୁ ପ୍ରେମିକା ଏବେ ବିବାହ ପାଇଁ କହିବାରୁ ପ୍ରେମିକ ଲିପୁ ମନା କରି ଦେଇଥିଲା। ଶେଷରେ ଅନ୍ୟ ଉପାୟ ନ ପାଇ ପ୍ରେମିକା ନିଶା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଭିତ୍ତି କରି ପୋଲିସ ନିଶା ଶିଳ୍ପାଞ୍ଚଳ ଥାନା କେସ ନଂ- ୨୬୯/୨୨ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ଛାନଭିନ କରିବା ସହ ଲିପୁକୁ ଗିରଫ କରି କୋର୍ଟଚାଲାଣ କରିଛି।