ଭାରତ ବିକାଶ ପରିଷଦ ପକ୍ଷରୁ ବାଲ୍ ସଂସ୍କାର ଶିବିର

You are currently viewing ଭାରତ ବିକାଶ ପରିଷଦ ପକ୍ଷରୁ ବାଲ୍ ସଂସ୍କାର ଶିବିର

ଅନୁଗୁଳ: ଗାନ୍ଧୀମାର୍ଗ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଭାରତ ବିକାଶ ପରିଷଦ ପକ୍ଷରୁ ବାଲ ସଂସ୍କାର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏକ ସୁସ୍ଥ ସମର୍ଥ ଓ ଉନ୍ନତ ସମାଜ ଗଠନ ପାଇଁ ଶିଶୁ ମାନଙ୍କ ମଧ୍ୟରେ ସଂସ୍କାର ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ପରିଷଦ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ପ୍ରାତଃ ସ୍ମରଣ,ପ୍ରାର୍ଥନା,ଗୀତା ପାଠ,ଯୋଗ, କାହାଣୀ ଶ୍ରବଣ,ଶ୍ଳୋକ  ଆବୃତ୍ତି,ଯୋଗ ସମେତ ବିଭିନ୍ନ ଖେଳ ଓ ବୌଦ୍ଧିକ ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଦର୍ଶ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ଭୋଇ ଏହି ସମାରୋହକୁ ଉଦ୍ଘାଟନ କରିବା ସହ ପରିଷଦର କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ଉଦଯାପନୀ ଦିବସରେ ଅବସରପ୍ରାପ୍ତ ଜିଲ୍ଲା ଜଜ ଦୁର୍ଗାଶଙ୍କର ମିଶ୍ର ଯୋଗ ଦେଇ ପିଲା ମାନଙ୍କୁ ଆଦର୍ଶ ଛାତ୍ରର କର୍ତ୍ତବ୍ୟ ଏବଂ ମୂଲ୍ୟବାନ ବାଲ୍ୟଜୀବନ ଉପରେ ଅନେକ ଉପାଦେୟ କଥା କହିଥିଲେ।ପରିଷଦର ସଭାପତି ଶାନ୍ତନୁ କୁମାର ସର ପରିଷଦର ବିଭିନ୍ନ ସେବା ମୂଳକ କାର୍ଯ୍ୟର ବର୍ଣ୍ଣନା କରିଥିଲେ।ସମ୍ପାଦକ ବିଜୟ ମୋଦି ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ପ୍ରମୋଦ କୁମାର ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ଭରତ ଚନ୍ଦ୍ର ଗଡ଼ନାୟକ,କ୍ଷୀରୋଦ ପ୍ରଧାନ,ମନ୍ମଥ ଦାଶ, ହୃଦାନନ୍ଦ ପଣ୍ଡା,ରମେଶ ଚନ୍ଦ୍ର ସାହୁ,ପ୍ରମୋଦ ସାହୁ,ସୁଶୀଲ ପଟ୍ଟନାୟକ,ଅରୁଣା ମିଶ୍ର ସରୋଜିନୀ ଦେଇ ପ୍ରମୁଖ
ଉପସ୍ଥିତ ଥିଲେ ।

Share

Leave a Reply