ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ

You are currently viewing ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ

ଅନୁଗୁଳ: ବାଲ୍ୟ ବିବାହ ମୁକ୍ତ ଭାରତ ପାଇଁ ସଚେତନତା ସୃଷ୍ଟି କରିବାକୁ ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ସ୍ବେଚ୍ଛା ସେବୀ ଅନୁଷ୍ଠାନ ବିଶ୍ବ ଯୁବ କେନ୍ଦ୍ର ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଛି। ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଓ କୈଳାସ ସତ୍ୟାର୍ଥୀ ଚିଲଡ୍ରେନ ଫାଉଣ୍ଡେସନ ସହଯୋଗରେ ବାଲ୍ୟ ବିବାହ,ଶିଶୁ ଯୌନ ନିର୍ଯ୍ୟାତନା,ଶିଶୁ ଚାଲାଣ ପ୍ରତିରୋଧ କରିବା ପାଇଁ ମଧ୍ଯ କାର୍ଯ୍ୟ କରିଆସୁଛି।

ସୂଚନା ଯେ, ଅନୁଗୁଳ ଜିଲ୍ଲାରେ ୨୫% ବାଲ୍ୟ ବିବାହ ହେଉଅଛି। ରାଜ୍ୟ ଓ ଭାରତ ସରକାରଙ୍କ ତରଫରୁ ବାଲ୍ୟ ବିବାହ ରୋକିବା,ଶିକ୍ଷାର ବିକାଶ ଓ ଥଇଥାନ ପାଇଁ ଯଥେଷ୍ଟ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏହାର ସୁଫଳ ମିଳିବା କଷ୍ଟକର ହୋଇପଡୁଛି। ସରକାରଙ୍କୁ ରାଜ୍ୟରେ ୨୦୩୦ ମସିହା ସୁଦ୍ଧା ସମ୍ପୂର୍ଣ ବାଲ୍ୟ ବିବାହ ରୋକିବାକୁ ଦାୟିତ୍ୱ ଦିଆଯାଇଛି। ସେହି ପରିପ୍ରେକ୍ଷୀରେ ବିଶ୍ବ ଯୁବ କେନ୍ଦ୍ର ବାପୁଜୀ ମହା ବିଦ୍ୟାଳୟ ଛେଣ୍ଡିପଦାରେ ଏକ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ କରିଛି ।

୭୦ଟି ଗ୍ରାମରେ ସଚେତନତା ସଭା ଓ ସତ୍ୟପାଠ କରିବା ସହିତ ବାଲ୍ୟ ବିବାହ ନିରୋଧ ଅଭିଯାନର ଅବ୍ୟବହିତ ପୂର୍ବରୁ ୫୫୭୮୯ ଲୋକଙ୍କୁ ସପଥ ପାଠ କରାଯାଇ ଅଭିଯାନରେ ସାମିଲ କରାଯାଇଅଛି ବୋଲି ବିଶ୍ୱ ଯୁବା କେନ୍ଦ୍ର ନିର୍ଦେଶକ ମୋନଜ କୁମାର ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ଯୁବା କେନ୍ଦ୍ରର ସଭାପତି ବସନ୍ତ କୁମାର ପ୍ରଧାନ, ଜିଲ୍ଲା ଶିଶୁ ମଙ୍ଗଳ ସଦସ୍ୟ କଲ୍ୟାଣ କିଶୋର ମହାନ୍ତି ଉପସ୍ଥିତ ଥିଲେ।

Share

Leave a Reply