ଏନଟିପିସି କାରଖାନାରେ ଶ୍ରମିକ ପେଟରେ ପଶିଗଲା ବାଉଁଶ, ଭୁବନେଶ୍ୱର ସ୍ଥାନାନ୍ତର

You are currently viewing ଏନଟିପିସି କାରଖାନାରେ ଶ୍ରମିକ ପେଟରେ ପଶିଗଲା ବାଉଁଶ, ଭୁବନେଶ୍ୱର ସ୍ଥାନାନ୍ତର

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ ଏନଟିପିସି କାରଖାନାରେ ଶ୍ରମିକ ପେଟରେ ପଶିଗଲା ବାଉଁଶ। ଗୁରୁତର ଅବସ୍ଥାରେ ଶ୍ରମିକ ଲିପୁ ଭୂତିଆଙ୍କୁ ଏନଟିପିସି ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ମୁତାବକ, ସ୍ଥାନୀୟ ସାନତ୍ରିବିଡ଼ା ଗାଁର ଲିପୁ ଭୂତିଆ ଏନଟିପିସିରେ ଠିକା ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି। ଆଜି ସେ କାମ କରିବା ବେଳେ ତାଙ୍କ ପେଟରେ ଏକ ବାଉଁଶ ପଶିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଏନଟିପିସି ମେଡିକାଲ ଓ ପରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏବେ ମଧ୍ଯ ତାଙ୍କ ପେଟରେ ବାଉଁଶଟି ପଶିରହିଛି I
ଅନ୍ୟପଟେ ଏନଟିପିସିରେ ସୁରକ୍ଷା ଅଭାବରୁ ବାରମ୍ବାର ଏଭଳି ଅଘଟଣ ଘଟୁଥ‌ିବା ବେଳେ ଉପରିସ୍ଥ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି।

Share

Leave a Reply