ଅନୁଗୁଳ: ରୋଟାରୀ ପବ୍ଲିକ ସ୍କୁଲ ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଅନୁଗୁଳ ବନ ଖଣ୍ଡ ଅଧିକାରୀ ନୀତିଶ କୁମାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଗଛ ଲଗେଇବା ସହ ଗଛର ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ସେହିପରି ଭାବରେ ବିଦ୍ୟାଳୟ ତରଫରୁ ପ୍ରୋତ୍ସାହିତ କରା ଯାଉଥିବା ସ୍ଵତନ୍ତ୍ର କାର୍ଯ୍ୟକ୍ରମ ‘ଇଚ ୱାନ ପ୍ଲାଣ୍ଟ ୱାନ ‘ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ଏବଂ ବିଦ୍ୟାଳୟ ତରଫରୁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଚାରା ଟିଏ ପ୍ରଦାନ କରାଯିବା କାର୍ଯ୍ୟକ୍ରମକୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଶୁଭାରମ୍ଭ କରିଥିଲେ ।
ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ବେହେରା,ଉପାଧ୍ୟକ୍ଷ ଡ. ମନୋରଞ୍ଜନ ପଣ୍ଡା, ପ୍ରଧାନ ଶିକ୍ଷୟତ୍ରୀ କଳ୍ପଲତା ଦାଶଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ରୋଟାରୀଆନ ନିର୍ମଳ କୁମାର ମିଶ୍ର ,ରୋଟାରୀ କ୍ଲବର ସଭାପତି ରୋଟାରୀଆନ ସରୋଜ କୁମାର ସାହୁ, ସମ୍ପାଦକ ରୋଟାରୀଆନ ସଇଲେନ୍ ମିଶ୍ର ଏବଂ ପରିଚାଳନା କମିଟିର ପୂର୍ବତନ ଅଧ୍ୟକ୍ଷ ରୋଟାରୀଆନ ନିଖିଲ ରଞ୍ଜନ ମିଶ୍ର ଅନ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଚାରା ଲଗେଇବା ସହ ତାର ସୁରକ୍ଷା ଉପରେ ଗୁରୁତ୍ବ ଆରୋପ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଏବଂ କ୍ଷୁଦ୍ର ନାଟକ ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା। ସପ୍ତାହ ବ୍ୟାପି ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଗଛ ଲଗେଇବା ସହ ତାର ଯତ୍ନ ନେବା ପାଇଁ ଉତ୍ସାହିତ କରାଯିବ ଓ ଛାତ୍ର ଛାତ୍ରୀ ମାନଙ୍କୁ ଚାରା ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ବିଦ୍ୟାଳୟର ଉପାଧ୍ୟକ୍ଷ ଡ. ମନୋରଞ୍ଜନ ପଣ୍ଡା ଜଣାଇଛନ୍ତି ।
ବିଦ୍ୟାଳୟ ତରଫରୁ ଦୁଶ୍ୟନ୍ତ ନାଥ, ମନୋଜ ମିଶ୍ର, ଚନ୍ଦନ ସାହୁ, ସତ୍ୟବାନ୍ ବେହେରା, ସ୍ମୃତିରେଖା ପାତ୍ର, ପରମାନନ୍ଦ ସାହୁ, ପରିଶେଷରେ ବିଦ୍ୟାଳୟ ତରଫରୁ ଶିକ୍ଷୟତ୍ରୀ ସ୍ଵେତା ସିମ୍ରନ୍ ଧନ୍ୟବାଦ୍ ଅର୍ପଣ କରିଥିଲେ ।