ଅନୁଗୁଳ: ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସୋମବାର ଅନୁଗୁଳ ଉଚ୍ଚ ବିଦ୍ୟାଳୟଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଡିଆର୍ ଭାଗ୍ୟଲକ୍ଷ୍ମୀ ରଥଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସିଜେଏମ ସି.ଏଚ୍. ବାସୁଦେବ ପାତ୍ର, ରେଜିଷ୍ଟ୍ରାର ସିଭିଲ୍ କୋର୍ଟ ଆଶିଷ କୁମାର ପଟ୍ଟନାୟକ, ବରିଷ୍ଠ ଦେୱାନୀ ବିଚାରପତି ଲୋପାମୁଦ୍ରା ମଲ୍ଲ, ଅନୁ ବିଭାଗୀୟ ଦଣ୍ଡାଧିକାରୀ ଆଶିଷ କୁମାର ପରିଜା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଐଶ୍ବର୍ଯ୍ୟା କର ଓ ପ୍ରତ୍ୟାଶା ରାୟ, ଅନୁଗୁଳ ଡିଏଫ୍ଓ ପ୍ରସନ୍ନ କୁମାର ବେହେରା, ଅନୁଗୁଳ ରେଞ୍ଜର ସତ୍ୟବ୍ରତ ପ୍ରଧାନ, ଜିଲ୍ଲା ଆଇନସେବା ପ୍ରାଧିକରଣର ସଦସ୍ୟ ତଥା ସରକାରୀ ଓକିଲ ପରମାନନ୍ଦ ମିଶ୍ର ଓ ଅନୁଗୁଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ଆମ୍ବ, ପିଜୁଳି, ଅଁଳା, ଲେମ୍ବୁ, ବଉଳ, ଗଙ୍ଗଶିଉଳି ଇତ୍ୟାଦି ଚାରା ରୋପଣ କରିଥିଲେ । ଏଥିସହିତ ବୃକ୍ଷ ରୋପଣର ଉପକାରିତା ଓ ବନମହୋତ୍ସବର ଯଥାର୍ଥତା ଦର୍ଶାଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆଇନସେବା ପ୍ରାଧ୍ୟାକରଣର କର୍ମଚାରୀ, ପ୍ୟାନେଲ୍ ଲୟର୍ସ, ସ୍ବେଚ୍ଛାସେବୀ ଓ ଅନୁଗୁଳ ଉଚ୍ଚବିଦ୍ୟାଳର ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ। ମହୋତ୍ସବକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଏସ୍. ଶୁଭଲକ୍ଷ୍ମୀ ପରିଚାଳନା କରିଥିଲେ ।
ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ପକ୍ଷରୁ ବନ ମହୋତ୍ସବ
- Post published:July 6, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul