ଅନୁଗୁଳ: ଅଗ୍ନି ବିପନ୍ନଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଅନୁଗୁଳର ଓଡ଼ିଶା ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ (ଓୟୁଜେ)। ଗତ ୬ ଦିନ ତଳେ ନିଆଁ ଲାଗି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଲୁହା ସିଙ୍ଗା ପଞ୍ଚାୟତ ତେନ୍ତୁଳି ପଦର ଗ୍ରାମର ୯ ଟି ପରିବାରର ଘର ଜଳିଯାଇଛି। ସମସ୍ତ ପରିବାର ସର୍ବସ୍ୱାନ୍ତ ହୋଇପଡ଼ିଥିବା ବେଳେ ନାହିଁ ନଥିବା ଅସୁବିଧା ଦେଇ ଗତି କରୁଛନ୍ତି। ଏ ନେଇ ଖବର ପାଇ ଅଗ୍ନି ବିପନ୍ନଙ୍କୁ ଅନୁଗୁଳ ଓୟୁଜେ ସାହାଯ୍ୟ କରିଛି। ସଂଘ ପକ୍ଷରୁ ଶୁଖିଲା ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରାଯାଇଛି।
ଓୟୁଜେର ସଭାପତି ଅଜିତ କୁମାର ଧରଙ୍କ ନେତୃତ୍ବରେ ସାଧାରଣ ସମ୍ପାଦକ ସ୍ୱାଧୀନ ସାମଲ, ନୀଳାଦ୍ରି ବିହାରୀ ମହାପାତ୍ର, ଆଠମଲ୍ଲିକର ଉଦିପ୍ତ ପୁରୋହିତ, ବିନୟ କୁମାର ପଟ୍ଟନାୟକ, କମଳାକାନ୍ତ ମିଶ୍ର, ସୁବାଷ ଶତପଥୀ, ସୁବୋଧ ମିଶ୍ର, ସୁନୀଲ ମିଶ୍ର ଯାଇ ଅଗ୍ନି ବିପନ୍ନଙ୍କୁ ଏସବୁ ସାମଗ୍ରୀ ପ୍ରଦାନ କରିଛନ୍ତି।