ନାଲକୋ ଟ୍ରେନରୁ କୋଇଲା ଚୋରି: ବଅଁରପାଳ ପୁଲିସ ହାତରେ ଧରାପଡ଼ିଲେ ୪ ଅଭିଯୁକ୍ତ

You are currently viewing ନାଲକୋ ଟ୍ରେନରୁ କୋଇଲା ଚୋରି: ବଅଁରପାଳ ପୁଲିସ ହାତରେ ଧରାପଡ଼ିଲେ ୪ ଅଭିଯୁକ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଚାଲିଥିବା କୋଇଲା ଚୋରି ରାକେଟ୍‌ ଉପରେ ପୁଲିସ ପକ୍ଷରୁ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବଅଁରପାଳ ଥାନା ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ଉ କରିବା ସହ ଏହି ଘଟଣାରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବୈଦ୍ୟନାଥପୁର ଗ୍ରାମର ଅଶ୍ବିନ ଭୋଇ, ଦୁଷ୍ମନ୍ତ ଭୋଇ, ଶ୍ରୀମୁଖ ପ୍ରଧାନ ଓ ହରି ଭୋଇ।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ ନାଲକୋର କୋଇଲା ବୋଝେଇ ଦୁଇଟି ଟ୍ରେନ୍ ବୁଢାପଙ୍କ ରେଳ ଷ୍ଟେସନରୁ କାରଖାନା ଅଭିମୁଖେ ଯାଉଥିଲା। ଏହି ସମୟରେ ବୈଦ୍ୟନାଥପୁର ରେଳ ଧାରଣା ନିକଟରେ ଦୁର୍ବୃତ୍ତମାନେ ଟ୍ରେନର ହୋସ୍ ପାଇପ୍ କାଟି ଦେଇଥିଲେ। ଫଳରେ ଟ୍ରେନଟି ଦୀର୍ଘ ସମୟ ଧରି ସେଠାରେ ଅଟକି ରହିଥିଲା ଏବଂ ଅଭିଯୁକ୍ତମାନେ ସେଥିରୁ କୋଇଲା ଚୋରି କରୁଥିଲେ।

ଏହି ସମ୍ପର୍କରେ ଖବର ପାଇ ବଅଁରପାଳ ପୁଲିସ ଘଟଣାସ୍ଥଳରେ ଅତର୍କିତ ଚଢ଼ଉ କରି ଉକ୍ତ ୪ ଜଣଙ୍କୁ କାବୁ କରିବା ସହ ଥାନାକୁ ଆଣିଥିଲା। ଆଜି ଏ ନେଇ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ବଅଁରପାଳ ଥାନାଧିକାରୀ ଦୁଷ୍ମନ୍ତ କୁମାର ସିଂହ ସୂଚନା ଦେଇଛନ୍ତି।

Share

Leave a Reply