ଡକାୟତି ଯୋଜନାବେଳେ ମାଡି ବସିଲା ପୋଲିସ, ୪ ଗିରଫ

You are currently viewing ଡକାୟତି ଯୋଜନାବେଳେ ମାଡି ବସିଲା ପୋଲିସ, ୪ ଗିରଫ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚାଲରେ ରବିବାର ବିଳମ୍ବିତ ରାତିରେ ଗାଡ଼ି ଚାଳକଙ୍କୁ ଲୁଟ୍ କରିବା ପାଇଁ ଯୋଜନା ଚାଲିଥିବା ବେଳେ ପୋଲିସ ଚଢ଼ଉ କରି ୪ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି। ସେମାନେ ହେଲେ ଟୁଟୁ ଓରଫ ସୁବ୍ରତ ନାଏକ, ଇଲୁ ଓରଫ ପ୍ରୀତମ ନାଇଲ, ଭିକି ଓରଫ ସୁବ୍ରତ ନାୟକ ଓ ନାହିଆ ଓରଫ ଶିବାନନ୍ଦ ନାଏକ ସମସ୍ତଙ୍କ ଘର ଟେଣ୍ଟଲୋଇ ଗ୍ରାମରେ। ମୁଖ୍ୟ ଅଭିଯୁକ୍ତ କୁହାଯାଉଥ‌ିବା ଟେଣ୍ଟଲୋଇ ଗ୍ରାମର ଦୁଷ୍ମନ୍ତ ନାଏକ ଫେରାର ହୋଇଯାଇଛନ୍ତି।

ପୋଲିସ ସୂଚନା ମୁତାବକ ଦୁଷ୍ମନ୍ତଙ୍କ ନେତୃତ୍ୱରେ ଏହି ୪ ଅଭିଯୁକ୍ତ ତାଳଚେର ଅଭିମୁଖେ ଯାଉଥ‌ିବା ଟ୍ରକ ଚାଳକଙ୍କଠାରୁ ଡକାୟତି ପାଇଁ ଯୋଜନା କରୁଥିଲେ। ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ସେଠାରେ ଅଚାନକ ଚଢ଼ଉ କରି ୪ ଜଣଙ୍କୁ ଗିରଫ କରିଥିଲା। ତେବେ ଦୁଷ୍ମନ୍ତ କୌଶଳ କ୍ରମେ ଚମ୍ପଟ ମାରିଥିଲା। ପୋଲିସ ଅଭିଯୁକ୍ତମାନଙ୍କ ଠାରୁ ଏକ କାତି ଏବଂ
ଫାର୍ସ ଜବତ କରିଛି। ଏ ନେଇ ପୋଲିସ ବଅଁରପାଳ ଥାନାରେ ଏକ ମାମଲା ରୁଜୁ କରି ସୋମବାର ସମସ୍ତଙ୍କୁ କୋର୍ଟଚାଲାଣ କରିଛି।

Share

Leave a Reply