ବୋଲେରୋ- ସ୍କୁଟି ମୁହାଁମୁହିଁ ଧକ୍କା: ଆରୋହୀଙ୍କ ଗୋଡ଼-ହାତ ଚୁରମାର

You are currently viewing ବୋଲେରୋ- ସ୍କୁଟି ମୁହାଁମୁହିଁ ଧକ୍କା: ଆରୋହୀଙ୍କ ଗୋଡ଼-ହାତ ଚୁରମାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବାଦୀବାହାଳ ନୂଆ ରାସ୍ତାରେ ଆଜି ଏକ ବୋଲେରୋ ସହ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ସ୍କୁଟିଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଆରୋହୀଙ୍କ ଗୋଟିଏ ହାତ ଓ ଗୋଟିଏ ଗୋଡ଼ ଭାଙ୍ଗିଛି। ଖବର ପାଇ ବଅଁରପାଳ ପୋଲିସ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରି ଥାନାକୁ ଆଣି ଅଧିକ ତଦନ୍ତ ଚଳାଇଛି।

ସୂଚନା ମୁତାବକ, ତୁଳସୀପାଳ ଗ୍ରାମର ପ୍ରସନ୍ନ ସାହୁ (୫୫) ନିଜ ସ୍କୁଟି (OD-19-M- 6846) ରେ ଆସୁଥିବା ବେଳେ ସାମ୍ନାରୁ ଏକ ବୋଲେରୋ (OD-19-Z-7134) ତାଙ୍କୁ ଧକ୍କା ଦେଇଥିଲା। ଫଳରେ ପ୍ରସନ୍ନ ଗୁରୁତର ହୋଇଛନ୍ତି। ବୋଲେରୋରେ ସଂପାଦକ, ଟାମଡା, ଅନୁଗୁଳ ଏଚ ଏଣ୍ଡ ୟୁଡି ଓଡ଼ିଶା ସରକାର ବୋଲି ଲେଖାଯାଇଛି। ତୁଳସୀପାଳରେ ଲୋକ ମାନେ ବୋଲେରୋ ଡ୍ରାଇଭର ଜନ୍ମେଜୟ ସାହୁଙ୍କୁ ଅଟକାଇଥିଲେ। ବଅଁରପାଳ ପୋଲିସ ପହଞ୍ଚି ଜନ୍ମେଜୟକୁ ଥାନାକୁ ଆଣି ତଦନ୍ତ ଚଳାଇଥିବା ଜଣାଯାଇଛି।

Share

Leave a Reply