ମିଲରୁ ଧାନ ଚୋରି କରିବା ବେଳେ ଧରା ପଡ଼ି ବନ୍ଧା ହେଲେ ଯୁବକ

You are currently viewing ମିଲରୁ ଧାନ ଚୋରି କରିବା ବେଳେ ଧରା ପଡ଼ି ବନ୍ଧା ହେଲେ ଯୁବକ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ବେନ୍ତପୁରରୁ ଧାନ ଚୋରି କରୁଥିବା ବେଳେ ଜଣେ ଯୁବକ ଧରାପଡ଼ିଛନ୍ତି। ଅଭିଯୁକ୍ତ ହେଲେ କୁମୁରିସିଂହା ଗ୍ରାମର ଶିବ ବେହେରା। ତାଙ୍କୁ ପୋଲିସ ଗିରଫ କରିଛି।

ସୂଚନା ମୁତାବକ, ବେନ୍ତପୁରର ପ୍ରଶାନ୍ତ ପଣ୍ଡାଙ୍କ ଧାନ ମିଲରୁ ଗତ କାଲି ସନ୍ଧ୍ୟାରେ ଧାନ ଚୋରି ହେଉଥିବା ସୂଚନା ମିଳିଥିଲା। ଖବର ପାଇ ପ୍ରଶାନ୍ତ ଆସି ଚୋରକୁ କାବୁ କରିଥିଲେ। ଚୋରି କରିଥିବା ଯୁବକ କୁମୁରିସିଂହାର ଶିବ ବେହେରା ବୋଲି ଜଣାଯାଇଛି। ଶିବ ବେହେରାକୁ କାବୁ କରିବା ପରେ ପ୍ରଶାନ୍ତ ସଦର ଥାନାରେ ଅଭିଯୋଗ କରିଛନ୍ତି। ପରେ ପୋଲିସ ତାଙ୍କୁ ଗିରଫ କରିଛି।

Share

Leave a Reply