ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ବଅଁରପାଳ ପଞ୍ଚାୟତରେ ଜିଲ୍ଲା ଖଣିଜ ପାଣ୍ଠିରୁ ସେବାଶ୍ରମ ବିଦ୍ୟାଳୟର ରୂପାନ୍ତରିକରଣର ଉଦ୍ଘାଟିତ ହୋଇଯାଇଛି। ଓଡ଼ିଶା ବିଧାନସଭାର ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବଅଁରପାଳ ବ୍ଲକ୍ ଅଧ୍ୟକ୍ଷା ଅଞ୍ଜଳି ଭୋଇ, ଜିଲ୍ଲା ପରିଷଦ ସଭ୍ୟା ମଞ୍ଜୁଲତା ସାହୁ, ବ୍ଲକ୍ ବିଜେଡି ସଭାପତି ବିଜୟ କୁମାର ନାଥ, ବିଜେଡି ନେତା ସୁବାଷ ଚନ୍ଦ୍ର ପଟ୍ଟନାୟକ, ଅରୁଣାଭ ସିଂହ, ବାଉରୀବନ୍ଧୁ ସାହୁ, ଦୁଷ୍ମନ୍ତ ସେନାପତି, ହରି ସେନାପତି, ସରପଞ୍ଚ ଫକୀର ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ଅନୁଗୁଳ ବ୍ଲକ୍ ଅନ୍ତର୍ଗତ କୁମୁରିସିଂହା ଗ୍ରାମ ପଞ୍ଚାୟତର ବଟପାଟଣା ଛକ ଓ ହାଇସ୍କୁଲ ଛକ ଏବଂ ବେଡା ଶାସନ ପଞ୍ଚାୟତର ବେଡା ଛକଠାରେ ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରେ ନିର୍ମିତ ୩ଗୋଟି ମିନି-ମାଷ୍ଟ ଲାଇଟକୁ ଶ୍ରୀ ସଂହ ଉଦ୍ଘାଟନ କରିଛନ୍ତି। ଏଥିରେ ଜିଲ୍ଲା ପରିଷଦ ସଭ୍ୟ ହାଡ଼ିବନ୍ଧୁ ଦେହୁରୀ, ବିଜେଡି ନେତା ଦୁର୍ଯ୍ୟୋଧନ ସାହୁ, ସରୋଜ ନାରାୟଣ ସାହୁ, ଭାଗିରଥି ମାଝୀ, ଅଜିତ ପ୍ରଧାନ, ନାରଣ ସାହୁ, କୁର୍ପା ସାହୁ, ସୁଶୀତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ବଅଁରପାଳ ସେବାଶ୍ରମ ବିଦ୍ୟାଳୟର ଉନ୍ନତିକରଣ
- Post published:January 9, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
