ଠକେଇ ଅଭିଯୋଗରେ ବ୍ୟାଙ୍କ କର୍ମଚାରୀ ଗିରଫ

You are currently viewing ଠକେଇ ଅଭିଯୋଗରେ ବ୍ୟାଙ୍କ କର୍ମଚାରୀ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ବ୍ୟାଙ୍କ କର୍ମଚାରୀଙ୍କୁ ଠକେଇ ଅଭିଯୋଗରେ ପୋଲିସ ରବିବାର ଗିରଫ କରିଛି। ସୂଚନା ଯେ, ଏକ ଘରୋଇ ବ୍ୟାଙ୍କ ଅନୁଗୁଳ ବ୍ଲକ୍ ଅଞ୍ଚଳରେ ଥିବା ବିଭିନ୍ନ ମହିଳା ଗ୍ରୁପର ସଭ୍ୟମାନଙ୍କୁ ଛୋଟ ଋଣ ପ୍ରଦାନ କରିଥାଏ। ସେମାନଙ୍କଠାରୁ ବ୍ୟାଙ୍କର କଲେକ୍ସନ୍ ଏଜେଣ୍ଟ ମାସକୁ ମାସ କିସ୍ତି ସଂଗ୍ରହ କରିଥାଏ। ତେବେ ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଶାମପୁର ଗାଁର ମନୋଜ ରାଉତ(୨୮) ନାମକ ଜଣେ ବ୍ୟାଙ୍କ ଏଜେଣ୍ଟ ଅନୁଗୁଳ ବ୍ଲକର ଗୋପିନାଥପୁର ଗାଁର ପ୍ରଫୁଲ ଭୁତିଆଙ୍କ ସ୍ତ୍ରୀ ବାରି ଭୁତିଆଙ୍କ ମାସିକିଆ କିସ୍ତି ଟଙ୍କା ବାବଦକୁ ୩୪ ହଜାର ଟଙ୍କା ପୈଠ କରିବା ନାଁରେ ସଂଗ୍ରହକରି ବ୍ୟାଙ୍କରେ ଜମା କରିନଥିଲେ।

ତେବେ ବ୍ୟାଙ୍କୁ ଋଣ କିସ୍ତି ଶୁଝିବାକୁ ନେଟିସ ଆସିବାପରେ ପ୍ରଫୁଲ ଅନୁଗୁଳ ଥାନାରେ ଶନିବାର ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ରବିବାର ମନୋଜକୁ ଗରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ବନ୍ତଳା ଥାନାରେ ମଧ୍ୟ ଶନିବାର ମନୋଜଙ୍କ ନାମରେ ଅନୁରୁପ ଅଭିଯୋଗ ହୋଇ ମାମଲା ରୁଜୁ ହୋଇଛି।

Share

Leave a Reply