ଅନୁଗୁଳ: ଅନୁଗୁଳ ବ୍ଲକ ବନ୍ତଳା ପଞ୍ଚାୟତ ସାହାରାଗୋଡ଼ା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ପିତାବଳୀଙ୍କ ବାର୍ଷିକ ପୂଜା ସୋମବାର ମହାସମାରୋହରେ ପାଳିତ ହୋଇଛି। ବିଧି ବିଧାନ ଅନୁଯାୟୀ, ଦିନକ ପୂର୍ବରୁ ସନ୍ଧ୍ୟାରେ ମାଆଙ୍କୁ ଆରାଧନା କରାଯାଇ ନିମନ୍ତ୍ରଣ କରାଯାଇଥିଲା। ଆଜି ମଧ୍ୟାହ୍ନରେ ମୁଖ୍ୟ ପୂଜକ ସୁମନ୍ତ ଦଳବେହେରା ମା’ଙ୍କ ଆଲମ ବାଜା, ବାଣ, ନାମ ସଙ୍କୀର୍ତ୍ତନ, ହରିବୋଲ ହୁଳହୁଳି ସହ
ଗ୍ରାମ ପରିକ୍ରମା କରି ପୀଠରେ ପହଞ୍ଚିଥିଲେ। ପରେ ସ୍ନାନାଦି କାର୍ଯ୍ୟ, ମାଜଣା, ଜନ୍ତାଳ ପୂଜା ଓ ବଡ଼ ପୂଜା ଅନୁଷ୍ଠିତ ହୋଇଥିଲା। ମାନସିକ ପୂରଣ ପାଇଁ ମା’ଙ୍କ ପୀଠରେ ଶ୍ରଦ୍ଧାଳୁ ଅଧିଆ ପଡ଼ିଥିଲେ।
ଗ୍ରାମ ସଭାପତି ଦିବାକର ସାହୁଙ୍କ ସମେତ ବୁଲୁ ପଲେଇ, ଦିଲେଶ୍ଵର ପରିଡ଼ା, ବସନ୍ତ ନାଏକ, ଶଙ୍କର ବେହେରା, ସାନଦ ଦେହୁରୀ, ସୁରେଶ ନାଏକ, ମନୋଜ ଦାସ, ମଧୁ ନାଏକ, ଅନିଲ ଦଳବେହେରା, ରଞ୍ଜନ ଦେହୁରୀ, ଗୋବିନ୍ଦ ବେହେରା, ରଞ୍ଜନା ନାଏକ,ଶତ୍ରୁଘ୍ନ ଅମାନ୍ତ, ଦେବା ନନ୍ଦ ପଲେଇ, ପ୍ରଦ୍ୟୁମ୍ନ ପରିଡ଼ା, କୈଳାସ ପରିଡ଼ା, ପ୍ରଦୀ ସାହୁ ପ୍ରମୁଖ ସହଯୋଗ କରିଥିଲେ।