ଚିହ୍ନଟ ହେଲା ମା’ ଅଗ୍ନିରୂପା ହିଙ୍ଗୁଳାଙ୍କ ଉଭାସ୍ଥଳ, ୨୨ ରୁ ନବ ଦିନାତ୍ମକ ଯାତ୍ରା ଆରମ୍ଭ

You are currently viewing ଚିହ୍ନଟ ହେଲା ମା’ ଅଗ୍ନିରୂପା ହିଙ୍ଗୁଳାଙ୍କ ଉଭାସ୍ଥଳ, ୨୨ ରୁ ନବ ଦିନାତ୍ମକ ଯାତ୍ରା ଆରମ୍ଭ

ତାଳଚେର: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଉଭାସ୍ଥଳ ଚିହ୍ନଟ ହୋଇଛି। ଗତ କାଲି ଜନ୍ତାଳ ପର୍ବ ଅନୁଷ୍ଠିତ ହୋଇଥିଲା। ଆଜି ମନ୍ଦିରର ପଶ୍ଚିମ ଦିଗ ଗୋପାଳ ପ୍ରାସାଦ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆରେ ମା’ ଅଗ୍ନିରୂପା ହିଙ୍ଗୁଳା ଉଭା ହୋଇଥିବା ସ୍ଥାନ ଚିହ୍ନଟ ହୋଇଛି।

ସୂଚନାଯୋଗ୍ୟ, ଆସନ୍ତା ୨୨ ତାରିଖ ଠାରୁ ମା’ ହିଙ୍ଗୁଳାଙ୍କ ନବ ଦିନାତ୍ମକ ଯାତ୍ରା ଆରମ୍ଭ ହେବ। ଏ ନେଇ ଅନୁଗୁଳ ତଥା ଜିଲ୍ଲା ବାହାରର ଲୋକେ ଉତ୍ସାହିତ ଥିବା ଜଣାଯାଇଛି।

Share

Leave a Reply