ଅନୁଗୁଳ: ଅମଲାପଡ଼ା ବାସନ୍ତୀ ଦୁର୍ଗା ପଡିଆରେ ଆୟୋଜିତ ପାଞ୍ଚଦିନ ବ୍ୟାପି ବାସନ୍ତୀ ଦୁର୍ଗାପୂଜା ଶେଷ ହୋଇଛି। ଗତ କାଲି ଦଶମୀ ପୂଜା, ଚରୁ ବିତରଣ,ପୂର୍ଣ୍ଣାହୁତି ପରେ ଆଜି ସନ୍ଧ୍ୟାରେ ଭସାଣି ଶୋଭାଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା।ଘଣ୍ଟା,ଘଣ୍ଟ,ଶଙ୍ଖ, ଶିଙ୍ଗ ବାଦ୍ୟ, ବୁଢ଼ା ବୁଢ଼ୀ ନାଚ ଓ ବିଭିନ୍ନ ଲୋକ ନୃତ୍ୟର ତାଳେ ତାଳେ ମା’ ବାସନ୍ତୀ ଦୁର୍ଗାଙ୍କ ଶୋଭାଯାତ୍ରା ନିର୍ଦ୍ଦିଷ୍ଟ ମାର୍ଗ ଦେଇ ସହର ପରିକ୍ରମା କରିବା ପରେ ଅମଲାପଡ଼ା କେନାଲରେ ବିସର୍ଜନ କରାଯାଇଥିଲା। ମା’ ବାସନ୍ତୀ ଦୁର୍ଗାପୂଜା କମିଟି ପକ୍ଷରୁ ସଭାପତି ଶକ୍ତି ପ୍ରସାଦ ପଟନାୟକ,ଉପସଭାପତି ଯତୀନ ସେଠୀ,ସମ୍ପାଦକ ଅନୁପ କୁମାର ମହାନ୍ତି,ସହ ସମ୍ପାଦକ ଗୋପାଳ ରଞ୍ଜନ ପଟ୍ଟନାୟକ,କୋଷାଧ୍ୟକ୍ଷ ରଶ୍ମି ରଞ୍ଜନ ପ୍ରଧାନ ଓ ତାପସ ରଞ୍ଜନ ରାୟଙ୍କ ସମେତ ଉପଦେଷ୍ଟା ଆଡଭୋକେଟ୍ ପ୍ରଦୀପ ଦେବତା ପ୍ରମୁଖ ଭଷାଣୀ ଶୋଭାଯାତ୍ରାକୁ ପରିଚାଳନା କରିଥିଲେ।
ପାଞ୍ଚ ଦିନର ପୂଜା ପରେ ବିଦାୟ ନେଲେ ମା’ ବାସନ୍ତୀ ଦୁର୍ଗା
- Post published:April 19, 2024
- Post category:କଳା ଓ ସଂସ୍କୃତି
- Post comments:0 Comments
- Post author:Biswaranjan Pattnaik

Tags: Angul