ଅନୁଗୁଳ: ଆଜି ଅନୁଗୁଳ ହସ୍ପିଟାଲ ପରିସରରେ ଅଗ୍ନି ନିର୍ବାପନ ବ୍ୟବସ୍ଥାର ଏକ ମକଡ୍ରିଲ ଅନୁଷ୍ଠିତ ହୋଇଥିଲା । ଡାକ୍ତରଖାନା ୱାର୍ଡ ଭିତରେ ବା ଅଫିସରେ ଅଗ୍ନିକାଣ୍ଡ ହେଲେ କିଭଳି ଅଗ୍ନି ନିର୍ବାପନ କରାଯିବ ତାହାର ଏକ ନମୁନା ଅଗ୍ନିଶମ ବିଭାଗର ଆଗ୍ନିକ ମାନେ ପ୍ରଦର୍ଶନ କରିଥିଲେ ଏବଂ ମେଡ଼ିକାଲ କର୍ମଚାରୀ ମାନେ ଏଥିନେଇ ତାଲିମ ନେଇଥିଲେ। ସହକାରୀ ଅଗ୍ନି ନିରାପତ୍ତା ଅଧିକାରୀ ରମେଶ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ କର୍ମଚାରୀମାନେ ମକଡ୍ରିଲ ପ୍ରଦର୍ଶନ କରିଥିଲେ। ହସ୍ପିଟାଲ ସୁପରଇନଟେଣ୍ଡେଣ୍ଟ ଡ଼ା ଗୌରୀ ଶଙ୍କର ବଳ ଏବଂ ହସ୍ପିଟାଲ ମ୍ୟାନେଜର ଦୀପକ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଅନୁଗୁଳରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ମକଡ୍ରି୍ଲ
- Post published:April 19, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul