ମୋବାଇଲ ଚୋରି ଅଭିଯୋଗରେ ୨ ପିଚୁ ଫ୍ୟାକ୍ଟ୍ରି ଶ୍ରମିକ ଗିରଫ

You are currently viewing ମୋବାଇଲ ଚୋରି ଅଭିଯୋଗରେ ୨ ପିଚୁ ଫ୍ୟାକ୍ଟ୍ରି ଶ୍ରମିକ ଗିରଫ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ କରଡ଼ାଗାଡିଆ ବିଏନ୍ ଅଗରୱାଲଙ୍କ କମ୍ପାନୀର ପିଚୁ ଫ୍ୟାକ୍ଟ୍ରିରେ କାର୍ଯ୍ୟରତ ଦୁଇଜଣ ଶ୍ରମିକ ମୋବାଇଲ ଚୋରି ଅଭିଯୋଗରେ ଗିରଫ ହୋଇଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ହାକିମପଡ଼ାର ପ୍ରିୟ ରଞ୍ଜନ ମହାରଣା ଗତ ୧୪ ତାରିଖ ସକାଳ ସାଢେ଼ ଆଠଟା ସମୟରେ ଅନୁଗୁଳ ହାଟକୁ ପରିବା କିଣିବା ପାଇଁ ଯାଇଥିବା ବେଳେ ତାଙ୍କର ସାମ୍ସଙ୍ଗ ଫୋନଟି ଚୋରି ହୋଇଯାଇଥିଲା। ଏଥିନେଇ ପ୍ରିୟ
ଫୋନର ଆଇଏମଇ ଆଇ ନମ୍ୱର ସହ ସମସ୍ତ ତଥ୍ୟ ଦେବା ପରେ ଅନୁଗୁଳ ପୋଲିସ ତଦନ୍ତ କରି ଫୋନଟି ପିଚୁ କାରଖାନାର ଦୁଇ ଶ୍ରମିକ ନେଇଥିବାର ପ୍ରମାଣ ପାଇଥିଲେ। ଏହାପରେ ଦୁଇ ଶ୍ରମିକ ମଙ୍ଗଳ ସିଂହ ମୁଣ୍ଡା ଓ ଅଜୟ ମୁଣ୍ଡା ଉଭୟଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାରେ ଫୋନ ଚୋରି କରିଥିବା ନେଇ ସ୍ବୀକାର କରିଥିଲେ। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଆଇପିଶିର ଧାରା ୩୭୯(୩୪) ଅନୁଯାୟୀ ଗିରଫ କରିଛି।

Leave a Reply