ପୂର୍ବ ଶତ୍ରୁତାରୁ ମାଡପିଟ୍; ୯ ଗିରଫ

You are currently viewing ପୂର୍ବ ଶତ୍ରୁତାରୁ ମାଡପିଟ୍; ୯ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଶାବଳଭଙ୍ଗାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ କନ୍ଦଳ ହୋଇଛି। ଗଣ୍ଡଗୋଳରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ ପୋଲିସ ୯ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗୋଟାଏ ପକ୍ଷର; ମନୋଜ ଦେହୁରୀ(୨୭), ଅନନ୍ତ ଦଳ ବେହେରା(୩୦), ସନତ ଦଳ ବେହେରା(୨୭), ରାଜ ଦଳ ବେହେରା(୩୨), ଅଜିତ ଦେହୁରୀ(୨୭), ଶିମିଲି ଦେହୁରୀ(୨୯), ସୁଜନ ଦଳ ବେହେରା(୨୮), ସିଲୁ ଦଳ ବେହେରା(୨୭) ଓ ବିଶ୍ୱଜିତ ଦଳ ବେହେରା (୨୮)।

ଅନ୍ୟପଟେ ମାଡ଼ଖାଇ ପ୍ରତିପକ୍ଷର ଆନନ୍ଦ ନାୟକ (୩୨), ଗୋବିନ୍ଦ ନାୟକ (୩୨), ବିଧିର ନାୟକ (୩୫) ଓ ବିନୋଦ ନାୟକ (୩୪) ଲହୁଲୁହାଣ ହୋଇଛନ୍ତି।

ସୂଚନା ମୁତାବକ, ପୂର୍ବରୁ ହ୍ଵାଟ୍ସଆପ ମେସେଜକୁ କେନ୍ଦ୍ର କରି ବିଧିର ନାୟକ ଓ ଅଜିତ ଦେହୁରୀଙ୍କ ମଧ୍ୟରେ ମନ ମନାନ୍ତର ଥିଲା। ଗତ କାଲି ଏହି ଘଟଣାକୁ ନେଇ ଉଭୟେ ହାତାହାତି ହୋଇଥିଲେ।

ଝଗଡ଼ା ଉଗ୍ର ହେବାରୁ ଅଜିତ ତା ସମ୍ପର୍କୀୟଙ୍କ ସହାୟତାରେ ବିଧିରକୁ ମାଡ଼ ମାରିଥିଲା। ବିଧିରକୁ ସୁରକ୍ଷା ଦେବାକୁ ଯାଇ ଆନନ୍ଦ, ଗୋବିନ୍ଦ ଓ ବିନୋଦ ଘଟଣାସ୍ଥଳକୁ ଆସିବାରୁ ଅଜିତର ସମ୍ପର୍କୀୟ ତାଙ୍କୁ ବି ଛାଡିନଥିଲେ। ଏହି ଘଟଣାକୁ ନେଇ ବିଧିର ମା ଝଟକ ନାୟକ ଥାନାରେ ମାମଲା ରୁଜୁ କରିଥିଲେ। ଆଜି ୯ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।

Share

Leave a Reply