ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ବିଜେଡି ଛାଡିଲେ

0

ଅନୁଗୁଳ: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ବିଜେଡି ଛାଡିଛନ୍ତି । ସେ ଆଜି ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ପାଖକୁ ପଠାଇଛନ୍ତି । ତେବେ କାହିଁକି ସେ ବିଜେଡି ଛାଡିଲେ ତାହା ସ୍ପଷ୍ଟ ଜଣାପଡିନଥିଲେ ମଧ୍ୟ ଅସନ୍ତୋଷରୁ ସେ ଇସ୍ତଫା ଦେଇଛନ୍ତି । ଗତ ନିର୍ବାଚନରେ ତାଙ୍କୁ ଦଳ ଟିକେଟ ଦେଇନଥିଲା । ଏପରିକି କୌଣସି ଦଳୀୟ ପଦପଦବୀରେ ତାଙ୍କୁ ରଖାଯାଇନଥିଲା ।ଉଲ୍ଲେଖଥାଉ କି, ସେ ୪ଥର ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଦୁଇଥର ଆଠମଲ୍ଲିକକୁ ନିର୍ବାଚିତ ହୋଇଥିବା ବେଳେ ଦୁଇଥର ବୀରମହାରାଜପୁରରୁ ବିଜୟୀ ହୋଇଥିଲେ । ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ସମୟରେ ସେ ମନ୍ତ୍ରୀ ମଧ୍ୟ ହୋଇଥିଲେ । ତେବେ ସେ କେଉଁ ଦଳକୁ ଯିବେ, ସେ ନେଇ କିଛି ସ୍ପଷ୍ଟ ଜଣାପଡିନାହିଁ ।

Leave A Reply

Your email address will not be published.

error: Content is protected !!