ଗୁଣାତ୍ମକ କୋଇଲା ପ୍ରେରଣ ଓ ସିଏସଆର କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଏମସିଏଲ ପୁରସ୍କୃତ

0

ଅନୁଗୁଳ: ଉପଭୋକ୍ତାମାନଙ୍କୁ ଗୁଣାତ୍ମକ କୋଇଲା ପ୍ରେରଣ କରିବା ତଥା କର୍ପୋରେଟ ସାମାଜିକ ଉତ୍ତରଦାୟିତ୍ୱ(ସିଏସଆର)କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ମହାନଦୀ କୋଲଫିଲଡ୍ସ ଲିଃ (ଏମସିଏଲ) କୁ ସର୍ବଶ୍ରେଷ୍ଠ ସହାୟକ କମ୍ପାନୀର ପୁରସ୍କାର ସମେତ ମୋଟ ୬ଟି ପୁରସ୍କାର ପ୍ରଦାନ କରାଯାଇଛି । କୋଲକତାରେ ଆୟୋଜିତ ୪୭ତମ କୋଲ ଇଣ୍ଡିଆର ପ୍ରତିଷ୍ଠା ଦିବସ ଅବସରରେ ବିଗତ ଆର୍ଥିକ ବର୍ଷ ୨୦୨୦-୨୧ ମଧ୍ୟ ଭଲ ପ୍ରଦର୍ଶନ ଆଧାରରେ ସିଏସଆର କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ତଥା ଉଚ୍ଚତମ ଗୁଣାତ୍ମକ କୋଇଲା ପ୍ରେରଣ କରିବା ସକାଶେ ଏମସିଏଲକୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି । କୋଲ ଇଣ୍ଡିଆର ଅଧ୍ୟକ୍ଷ ପ୍ରମୋଦ ଅଗ୍ରୱାଲ ଏମସିଏଲର ସିଏମଡି ପି.କେ. ସିହ୍ନାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ପ୍ରଦାନ ସମାରୋହରେ କେନ୍ଦ୍ରୀୟ କୋଇଲା,ଖଣି ଏବଂ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କୋଇଲା,ଖଣି ଏବଂ ଖନନ ରାଜ୍ୟମନ୍ତ୍ରୀ ରାଓ ସାହେବ ପାଟିଲ ଦାନଭେ ଭିଡିଓ କନଫରେନ୍ସିଂ ଜରିଆରେ ଏଥିରେ ସାମିଲ୍ ହୋଇଥିଲେ। ଏଥିସହ ଏମସିଏଲକୁ ୨୦୨୦-୨୧ ବର୍ଷରେ କର୍ପୋରେଟ ପ୍ରଦର୍ଶନ ନିମନ୍ତେ ଦ୍ୱିତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ବ୍ୟକ୍ତିଗତ ପୁରସ୍କାର ଶ୍ରେଣୀରେ ଲଖନପୁରର ମହାପ୍ରବନ୍ଧକ ଏ.କେ.ସିଂହଙ୍କୁ ସର୍ବଶ୍ରେଷ୍ଠ କ୍ଷେତ୍ରୀୟ ମହାପ୍ରବନ୍ଧକ ଭାବେ ଚୟନ କରାଯାଇଥିବା ବେଳେ ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକ ପି.ବି.ରେଡ୍ଡୀଙ୍କୁ ବିଶେଷ ଯୋଗଦାନ ନିମନ୍ତେ ପୁରସ୍କୃତ କରାଯାଇଥିଲା । ଏ.କେ.ଗୁପ୍ତା, ମହାପ୍ରବନ୍ଧକ(ବିପଣନ ଏବଂ ବିକ୍ରୟ) ତଥା ବିପଣନ ଏବଂ ବିକ୍ରୟ ବିଭାଗର ପ୍ରମୁଖଙ୍କୁ ୨୦୨୦-୨୧ ବର୍ଷ ନିମନ୍ତେ ସର୍ବଶ୍ରେଷ୍ଠ ବିଭାଗାଧ୍ୟକ୍ଷ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!