ଭିଜିଲାନ୍ସ ଜାଲରେ ବନ୍ତଳା ଆରଆଇ ଜଗବନ୍ଧୁ ନାଏକ

You are currently viewing ଭିଜିଲାନ୍ସ ଜାଲରେ ବନ୍ତଳା ଆରଆଇ ଜଗବନ୍ଧୁ ନାଏକ

ଅନୁଗୁଳ: ଭିଜିଲାନ୍ସ ଜାଲରେ ଆଉ ଜଣେ ଲାଞ୍ଚୁଆ ସରକାରୀ ବାବୁ। ଲାଞ୍ଚ ନେବା ବେଳେ ଗୁରୁବାର ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ଅନୁଗୁଳ ତହସିଲ ଅନ୍ତର୍ଗତ ବନ୍ତଳାର ଆରଆଇ ଜଗବନ୍ଧୁ ନାଏକ। ପଟ୍ଟା କରେଇଦେବାକୁ ଆରଆଇ ଜଗବନ୍ଧୁ ୮ ହଜାର ଟଙ୍କା ହାତଗୁଞ୍ଜା ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀ ମାଡ଼ି ବସିଛନ୍ତି।

ମିଳିଥିବା ସୂଚନାନୁସାରେ, ବନ୍ତଳା ଅଞ୍ଚଳର ସୁବାସ ସାହୁ ଜମି ପଟ୍ଟା କରିବାକୁ ଆରଆଇ ଜଗବନ୍ଧୁ ନାଏକଙ୍କ ନିକଟକୁ ଯାଇଥିଲେ। କିନ୍ତୁ ଆରଆଇ ତାଙ୍କ ପଟ୍ଟା କରେଇଦେବାକୁ ଲାଞ୍ଚ ମାଗିଥିଲେ। ଏଣୁ ସୁବାସ ଅନୁଗୁଳ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଭିଜିଲାନ୍ସର ଯୋଜନା ମୁତାବକ ଗୁରୁବାର ମଧ୍ୟାହ୍ନରେ ସମ୍ପୃକ୍ତ ଆରଆଇ ସୁବାସଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ମାଡ଼ି ବସିଥିଲା। ଆରଆଇ ଏହି ଟଙ୍କାକୁ ଲପନ ସାହୁ ନାମକ ନିକଟତମ ବ୍ୟକ୍ତିଙ୍କ ମାଧ୍ୟମରେ ସୁବାସଙ୍କ ପାଖରୁ ଆଣିବାକୁ କହିଥିଲେ। ଭିଜିଲାନ୍ସ ଟିମ୍ ଲପନକୁ ମଧ୍ୟ କାବୁ କରିବା ପରେ ଆରଆଇ ବାବୁଙ୍କ ଲାଞ୍ଚ କାରବାର ସମ୍ପର୍କରେ ଜଣାପଡ଼ିଛି।

Share

Leave a Reply