ପୋଖରୀରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର, ଶୌଚ ହେବାକୁ ଯାଇଥିଲେ

You are currently viewing ପୋଖରୀରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର, ଶୌଚ ହେବାକୁ ଯାଇଥିଲେ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ଛକ ନିକଟ ପୋଖରୀରୁ ଜଣେ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ହେଲେ ବନ୍ତଳା ବଜାରର ଦୟାନିଧି ସାହୁଙ୍କ ସ୍ତ୍ରୀ ଘଣ୍ଟି ସାହୁ (୬୦)। ସୂଚନା ମୁତାବକ, ସବୁଦିନ ପରି ଆଜି ସକାଳୁ ମଧ୍ୟ ଘଣ୍ଟି ସ୍ଥାନୀୟ ପୋଖରୀକୁ ଶୌଚ ହେବାକୁ ଆସିଥିଲେ। କିନ୍ତୁ ଦୀର୍ଘ ସମୟ ଯାଏଁ ସେ ଘରକୁ ଫେରି ନଥିଲେ। ପରିବାର ଲୋକ ଖୋଜା ଖୋଜି କରିବା ବେଳେ ପୋଖରୀରେ ମୃତ ଦେହ ଭାସୁଥିବା ଦେଖିଥିଲେ। ଖବର ପାଇ ବନ୍ତଳା ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଦେହ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଶବ ବ୍ୟବଚ୍ଛେଦ ପରେ ମୃତ ଦେହକୁ ପରିବାର ଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି।

Share

Leave a Reply