ଅନୁଗୁଳରେ ଉତ୍ସାହର ସହ ପାଳିତ ହେଲା ବରା ଦିବସ

You are currently viewing ଅନୁଗୁଳରେ ଉତ୍ସାହର ସହ ପାଳିତ ହେଲା ବରା ଦିବସ

ଅନୁଗୁଳ: ଏପ୍ରିଲ ୭ ବରା ଦିବସ ଅବସରରେ ଅନୁଗୁଳରେ ସ୍ୱତନ୍ତ୍ର ଆୟୋଜନ ହୋଇଥିଲା।ସ୍ବେଚ୍ଛାସେବୀ ମନୋରଞ୍ଜନ ସାହୁଙ୍କ ତତ୍ତ୍ଵାବଧାନରେ ଅମଲାପଡ଼ାରେ ଏଥିନେଇ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଥିଲା। ଅନେକ ଆଇନଜୀବି, ଗଣମାଧ୍ୟମର ପ୍ରତିନିଧି ଓ ବରିଷ୍ଠ ନାଗରିକ ଏହି ସମାବେଶରେ ଯୋଗ ଦେଇଥିଲେ। ନିମନ୍ତ୍ରିତ ଅତିଥିମାନେ ବରାକୁ ଅବିଭକ୍ତ ଢେ଼ଙ୍କାନାଳ ଜିଲ୍ଲାର ସଂସ୍କୃତି ଓ ଖାଦ୍ୟ ପରମ୍ପରାରର ଅଭିନ୍ନ ଅଂଶ ବୋଲି ଉଲ୍ଲେଖ କରିଥିଲେ।

ମଧ୍ୟ ଓଡ଼ିଶାର ଏହି ଦୁଇ ଜିଲ୍ଲାରେ ବରାର ସ୍ୱତନ୍ତ୍ର ପ୍ରସ୍ତୁତି ଏବଂ ଧନୀ ଠାରୁ ଗରିବ କିଭଳି ଏହାକୁ ସମସ୍ତେ ପସନ୍ଦ କରନ୍ତି ତାହା ଆଲୋଚିତ ହୋଇଥିଲା। ଅନୁଗୁଳର ସୁପରିଚିତ ବ୍ୟବସାୟୀ କାଳିଆ ବେହେରାଙ୍କ ଦ୍ଵାରା ପ୍ରସ୍ତୁତ ବରା ଶେଷରେ ସମସ୍ତେ ଖାଇଥିଲେ। ପାଳଲହଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶୋକ ମହାନ୍ତି ମଧ୍ୟ ବରା ଦିବସ ଅବସରରେ ସମସ୍ତ ଅନୁଗୁଳ ବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସକାଳ ହେଉ କି ସନ୍ଧ୍ୟା ସବୁ ସମୟରେ ବରାର ଆଦର ରହିଛି ବୋଲି ପ୍ରକାଶ କରିଥିଲେ।

Share

Leave a Reply