ଅନୁଗୁଳ: ଅନୁଗୁଳ ସହରରେ ବୁଧବାର କୋଭିଡ୍ ମାର୍ଗଦର୍ଶିକା ଅବମାନନାକରି ୧୦ ହଜାର ଜୋରିମାନା ଦେଲେ ବରଯାତ୍ରୀ। ସୂଚନା ଅନୁଯାୟୀ, ଶିକ୍ଷକପଡାର ଏକ କଲ୍ୟାଣ ମଣ୍ଡପକୁ ଯାଉଥିବା ବରଯାତ୍ରୀ ଡିଜେ ବଜାଇ ନାଚ ଗିତରେ ମସଗୁଲ ଥିଲେ। ଡିଜେ ପାଇଁ ଜିଲ୍ଲାରେ ପ୍ରଶାସନ ଅନୁମତି ଦେଉନାହିଁ। କିନ୍ତୁ ବରଯାତ୍ରୀ କୋଭିଡ୍ ମାର୍ଗର୍ଶିକାକୁ ଅବମାନନା କରିଥିବାରୁ ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ସିଂହ ସେଠାରେ ପହଞ୍ଚି ବରଯାତ୍ରୀର ଡିଜେକୁ ବନ୍ଦ କରାଇ ୧୦ ହଜାର ଟଙ୍କା ଜୋରିମାନା ଧାର୍ଯ୍ୟ କରିଥିଲେ। ଏଥିସହ ବରଯାତ୍ରୀରେ ନିର୍ଦ୍ଧାରିତ ସଂଖ୍ୟା ଠାରୁ ଢେର ଅଧିକ ଲୋକ ଥିଲେ। ଟ୍ରାଫିକ ଜାମ ଥିଲା। ବରଯାତ୍ରୀ ଦଳ ଶୁଣିବା ଅବସ୍ଥାରେ ନଥିଲେ। ବାଧ୍ୟ ହୋଇ ଶ୍ରୀ ସିଂହ ପୁଲିସ ଡ଼କାଇ ଡିଜେକୁ ଜବତ କରିଥିଲେ। ଜୋରିମାନା ଆଦାୟ କରିଲେ। ଶେଷରେ ବିନା ବାଜାରେ ବର ଗଲା ବାହା ହେବାକୁ।
୧୦ ହଜାର ଜୋରିମାନା ଦେଲେ ବରଯାତ୍ରୀ
- Post published:February 3, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
