ଦଶମୀ ପୂର୍ଣ୍ଣାହୁତି ସହ ବାସନ୍ତୀକ ଦୁର୍ଗାପୂଜା ସମ୍ପନ୍ନ

You are currently viewing ଦଶମୀ ପୂର୍ଣ୍ଣାହୁତି  ସହ ବାସନ୍ତୀକ ଦୁର୍ଗାପୂଜା ସମ୍ପନ୍ନ

ଅନୁଗୁଳ: ଅମଲାପଡା ମା ବାସନ୍ତୀ ଦୁର୍ଗା ପଡ଼ିଆରେ ଆୟୋଜିତ ବାସନ୍ତିକ ଦୁର୍ଗତ୍ସବ ଶୁକ୍ରବାର ସମ୍ପନ୍ନ ହୋଇଯାଇଛି। ସକାଳ ବେଳା ସୂର୍ଯ୍ୟ ପୂଜା ,ଗୋ ପୂଜା,ଅପରାଜିତା ପୂଜା ପରେ ସନ୍ଧ୍ୟାରେ ଚରୁ ବିତରଣ ଓ ପୂର୍ଣ୍ଣାହୁତି ଆଦି ଅନୁଷ୍ଠିତ ହୋଇଥିଲା। ଚଳିତ ଥର ପୂଜାରେ ବହୁ ଜନ ସମାଗମ
ଦେଖିବାକୁ ମିଳିଥିଲା। ଫଟୋ ପ୍ରଦର୍ଶନୀ,ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଏବଂ ଦୈନନ୍ଦିନ ସାଂସ୍କୃତିକ ବିଚିତ୍ରା ଦର୍ଶକଙ୍କୁ ଆକର୍ଷିତ କରିଥିଲା। ସନ୍ଧ୍ୟାରେ ସଙ୍ଗୀତ ସନ୍ଧ୍ୟା ଆୟୋଜିତ ହୋଇଯାଇଛି। ଆଜି ଅପରାହ୍ନରେ ଭଷାଣି ଉତ୍ସବ ଅନୁଷ୍ଠିତ ହେବ। ମା ଙ୍କୁ ନଗର ପରିକ୍ରମା ପରେ ବିସର୍ଜନ କରାଯିବ ।

Share

Leave a Reply