ଅନୁଗୁଳ: ଅନଗୁଳ ଅମଲାପଡା ମା’ ବାସନ୍ତୀ ଦୁର୍ଗାଙ୍କର ବୁଧବାର ନବମୀ ପୂଜା କୋଭିଡ ଗାଇଡ଼ ଲାଇନ ଅନୁସାରେ ନିରାଡ଼ମ୍ବର ଭାବରେ ଅନୁଷ୍ଠିତ ହୋଇଛି । ଆଜି ବିଜୟାଦଶମୀ ପୂଜା, ଅପରାହ୍ନରେ ମା’ଙ୍କ ପୂର୍ଣ୍ଣାହୁତି ହେବ ଏବଂ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସମସ୍ତ ଶ୍ରଦ୍ଧାଳୁ କୋଭିଡ ଗାଇଡ଼ ଲାଇନ ଅନୁସାରେ ମା’ଙ୍କ ପୂର୍ଣ୍ଣାହୂତି ଦର୍ଶନ କରିବାକୁ ଅନୁରୋଧ କରିଛନ୍ତି ପୂଜା କମିଟିର ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ ଏବଂ ଉପଦେଷ୍ଟା ପ୍ରଦୀପ ଦେବତା। ଏଥି ସହିତ ମା’ ଙ୍କ ବିସର୍ଜନ ଆସନ୍ତା ଶୁକ୍ରବାର ଦିନ ନିରାଡ଼ମ୍ବର ଭାବରେ ହେବ ବୋଲି ସୂଚନା ମଧ୍ୟ ଦେଇଛନ୍ତି
ବାସନ୍ତୀ ଦୁର୍ଗାପୂଜା ପୂର୍ଣ୍ଣାହୁତି ଆଜି
- Post published:April 22, 2021
- Post category:କଳା ଓ ସଂସ୍କୃତି
- Post comments:0 Comments
- Post author:Biswaranjan Pattnaik

Tags: Angul