ତିନି ଦୋକାନ ସିଲ୍

0

ଅନୁଗୁଳ: କୋଭିତ୍ ନିୟମ ନ ମାନିବାରୁ ବୁଧବାର ଅନୁଗୁଳ ସହରର ଦୁଇଟି ଜୁସ୍ ଦୋକାନ ଓ ଅନୁଗୁଳ ସହର ଉପକଣ୍ଠ କୁମଣ୍ଡରେ ଏକ ତେଜରାତି ଦୋକାନକୁ ସିଲ୍ କରାଯାଇଛି। ପୁଲିସ ସୂଚନା ଅନୁସାରେ, ଅନୁଗୁଳ ସହର ବସଷ୍ଟାଣ୍ଡ ପାଖରେ ଥିବା ଦୁଇଟି ଜୁସ୍ ଦୋକାନରେ କୋଭିତ ନିୟମ ପାଳନ ହେଉ ନ ଥିଲା। ଏଠାରେ ଲୋକଙ୍କ ଭିଡ ରହିଥିଲାବେଳେ ସାମାଜିକ ଦୂରତା ରକ୍ଷା କରାଯାଇ ନ ଥିଲା। ତେଣୁ ଅନୁଗୁଳ ଥାନା ପୁଲିସ ଏହି ଦୁଇ ଦୋକାନକୁ ସିଲ୍ କରିଛି । ସେହିପରି ସନ୍ଧ୍ୟା ସମୟରେ କୁମଣ୍ଡର ଏକ ତେଜରାତି ଦୋକାନରେ ପ୍ରବଳ ଭିଡ଼ ହେବା ସହ ଲୋକମାନେ ସାମାଜିକ ଦୂରତା ରକ୍ଷା କରି ନଥିଲେ କି ମାସ୍କ ମଧ୍ୟ ପିନ୍ଧି ନ ଥିଲେ । ତେଣୁ ପ୍ରହଲ୍ଲାଦ ବେହେରାଙ୍କ ଏହି ଦୋକାନକୁ ୪୮ ଘଣ୍ଟା ପାଇଁ ସିଲ୍ କରାଯାଇଥିବା ସଦର ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.

error: Content is protected !!