ଅନୁଗୁଳ: ତିନି ଦିବସୀୟ ବାସନ୍ତୀ ଦୁର୍ଗା ଭଲିବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଅମଲାପଡ଼ା ବାସନ୍ତୀ ଦୁର୍ଗା ପଡ଼ିଆରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ। ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟରେ ନବୀନ ସରକାର କିଭଳି କ୍ରୀଡା ଭିତ୍ତିଭୂମିର ବିକାଶ ଏବଂ ଖେଳାଳୀଙ୍କ ପାଇଁ ପ୍ରୋତ୍ସାହନ ରାଶିର ସୁବିଧା କରିଛନ୍ତି ତାହା ପ୍ରକାଶ କରିଥିଲେ।କ୍ରୀଡା କ୍ଷେତ୍ରରେ ଷ୍ଟାଡିୟମର ବିକାଶ,ତାଲିମ କେନ୍ଦ୍ର ପ୍ରତିଷ୍ଠା ଏବଂ ବିଶ୍ଵ ହକିର ପ୍ରାୟୋଜକ ସାଜି ଓଡ଼ିଶା କିଭଳି ବିଶ୍ୱରେ ସମସ୍ତ କ୍ରୀଡ଼ାପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଛି ତାହା ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ରୂପେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା,ପୂର୍ବତନ ତାମଡ଼ା ଅଧ୍ୟକ୍ଷ ଶକ୍ତି ପଟ୍ଟନାୟକ,ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ସାହୁ,ଯୁବ ସରପଞ୍ଚ ଚନ୍ଦନ କୁମାର ସାହୁ ଯୋଗ ଦେଇଥିଲେ। ଟ୍ରଷ୍ଟର ସଭାପତି ପ୍ରତାପ ମାଝୀ ଓ ସମ୍ପାଦକ ରଶ୍ମି ରଞ୍ଜନ ପ୍ରଧାନଙ୍କ ତତ୍ତ୍ଵାବଧାନରେ ସଦସ୍ୟ ମାନେ ଖେଳ ପରିଚାଳନା କରିଥିଲେ ବର୍ତ୍ତମାନ ସୁଦ୍ଧା ଟାଟା ଏକାଦଶ ଟେନ୍ତୁଲେଇକୁ ଗୋବରା ପୋଡାପୋଡାକୁ, ଛେଣ୍ଡିପଦା ଟାକୁଆକୁ,ସନ୍ତରାବନ୍ଧ କାଶି ଡିହକୁ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଛନ୍ତି।
ବାସନ୍ତୀ ଦୁର୍ଗା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
- Post published:January 5, 2024
- Post category:କ୍ରୀଡ଼ା
- Post comments:0 Comments
- Post author:Biswaranjan Pattnaik

Tags: Angul