ଅନୁଗୁଳ: ଅମଲାପଡା ବାସନ୍ତୀ ଦୁର୍ଗାପୂଜା ପଡିଆରେ ବାସନ୍ତୀ ଭଲିବଲ ଟ୍ରଷ୍ଟ ପକ୍ଷରୁ ଜାତୀୟ ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ରୂପେ ଏହି ଟୁର୍ନାମେଣ୍ଟକୁ ଉଦଘାଟନ କରିଥିଲେ। ଅନୁଗୁଳରେ ଖେଳର ଉନ୍ନତି ପାଇଁ ସରକାର ସବୁମନ୍ତେ ଉଦ୍ୟମ କରିବେ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ରୂପେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ, କ୍ରୀଡା ସଂସଦ ସମ୍ପାଦକ ଡ଼ା ଗୌରଗୋବିନ୍ଦ ସାମନ୍ତ,ପୂର୍ବତନ ତାମଡା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟନାୟକ, ବରିଷ୍ଠ ଆଇନଜୀବୀ ପ୍ରଦୀପ ଦେବତା,ସମାଜସେବୀ ଅର୍ଜୁନ ସାହୁ,ବିଜେପି ନେତା ଦିଲେଶ୍ଵର ପ୍ରଧାନ, ଦିଲିପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ବାସନ୍ତୀ ଭଲିବଲ ଟ୍ରଷ୍ଟ ପକ୍ଷରୁ ସଭାପତି ପ୍ରତାପ ମାଝୀ, ସମ୍ପାଦକ ରଶ୍ମିରଂଜନ ପ୍ରଧାନ, କୋଷାଧ୍ୟକ୍ଷ ସମରେଶ ନାଥ ପ୍ରମୁଖ ସମାରୋହ ପରିଚାଳନାରେ ସହାୟତା କରିଥିଲେ। ଟୁର୍ନାମେଣ୍ଟରେ ମୋଟ ୬ ଟି ଦଳ ଅଂଶ ଗ୍ରହଣ କରିଛନ୍ତି।
ବାସନ୍ତୀ ଭଲିବଲ ଟ୍ରଷ୍ଟ ପକ୍ଷରୁ ଜାତୀୟ ଭଲିବଲ ପ୍ରତିଯୋଗିତା
- Post published:March 1, 2025
- Post category:କ୍ରୀଡ଼ା / ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul