ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ପିଙ୍ଗୁଆଠାରେ ଥିବା ଗେଲ୍ ଇଣ୍ଡିଆ ସାଇଟ ଅଫିସରେ ଦାଦାବଟି ମାଗି ୨ ଜଣ ଗିରଫ ହୋଇଛନ୍ତି । ସୂଚନା ମୁତାବକ, ପିଙ୍ଗୁଆ ଗାଁର ସିଦ୍ଧାର୍ଥ ସିଂହ ଓ ଗୋବର୍ଦ୍ଧନ ନାଏକ ମଙ୍ଗଳବାର ସକାଳେ ଗେଲ ଇଣ୍ଡିଆ ସାଇଟ ଅଫିସରେ ପହଞ୍ଚି ଦାଦାବଟି ମାଗିଥିଲେ। ସାଇଟ ଇନ୍ଚାର୍ଜ ଚନ୍ଦନ ବେହେରା ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାକୁ ପଡ଼ିବ ବୋଲି କହିବାରୁ ତାଙ୍କୁ ଗାଳିଗୁଲଜ କରି ସେଠାରେ ଚାଲିଥିବା କାମ ବନ୍ଦ କରିଥିଲେ। ଏ ନେଇ ଚନ୍ଦନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସିଦ୍ଧାର୍ଥ ଓ ଗୋବର୍ଦ୍ଧନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ବଟି ମାଗି ୨ ଗିରଫ
- Post published:June 8, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul