ଆରପାରିରେ ମହୀଧରପୁରର ବିଜେପି ସଭାପତି ବାଉରୀବନ୍ଧୁ ପ୍ରଧାନ

You are currently viewing ଆରପାରିରେ ମହୀଧରପୁରର ବିଜେପି ସଭାପତି ବାଉରୀବନ୍ଧୁ ପ୍ରଧାନ

ଅନୁଗୁଳ: ମହୀଧରପୁର ପଞ୍ଚାୟତ  ବିଜେପି ସଭାପତି ତଥା ହାଟଛକ ପୂଜା କମିଟିର ସଭାପତି ବାଉରୀବନ୍ଧୁ ପ୍ରଧାନଙ୍କ ଅନୁଗୁଳ ମୁଖ୍ୟଚିକିତ୍ସାଳୟରେ ଶୁକ୍ରବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି।

ସୂଚନା ମୁତାବକ ବାଉରୀ ବନ୍ଧୁ ପ୍ରଧାନ ପ୍ରଧାନ ମଧୁମେହ ରୋଗରେ  ପୀଡ଼ିତ ହୋଇ ପୂର୍ବରୁ  ଚିକିତ୍ସିତ ହେଉଥିଲେ। ଶୁକ୍ରବାର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସଙ୍ଗେ ସଙ୍ଗେ  ପ୍ରଥମେ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ଓ ଅବସ୍ଥା ଗୁରୁତର ହେବାରୁ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ।

ତେବେ ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ ଜଣେ ପରୋପକାରୀ, ସଙ୍ଗଠକ, ମେଳାପୀ, ନିଷ୍ଠାପରାୟଣ, ମିଷ୍ଟଭାଷୀ ବ୍ୟକ୍ତି ଭାବରେ ବେଶ ଜଣାଶୁଣା ଥିଲେ। ତାଙ୍କର ଏହି  ସଫଳ କାର୍ଯ୍ୟ ପାଇଁ  ଜିଲ୍ଲା ବିଜେପି ନେତୃବୃନ୍ଦ ତାଙ୍କୁ ପମହୀଧରପୁର ଗ୍ରାମର ବିଜେପି ସଭାପତି ଭାବେ ମନୋନୀତ କରିଥିଲେ।। ତାଙ୍କ ମୃତ୍ୟୁ ଖବର ଶୁଣି  ଅଞ୍ଚଳରେ  ଶୋକର ଛାୟା ଖେଳିଯାଇଥିବା ବେଳେ ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସହ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ତାଙ୍କ ଶେଷ କୃତ୍ୟ ଗାଁ ସ୍ମଶାନରେ କରାଯାଇଥିଲା।

Share

Leave a Reply