ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଅଞ୍ଚଳର ବ୍ୟବସାୟୀ ଓ ଲକ୍ଷ୍ମୀ ବଜାରର ପ୍ରତିଷ୍ଠାତା ସଦସ୍ୟ ବାଉରୀ ବନ୍ଧୁ ସାହୁଙ୍କର ୯୫ ବର୍ଷ ବୟସରେ ଠାକୁରଗଡ଼ସ୍ଥିତ ନିଜସ୍ଵ ବାସଭବନରେ ଶନିବାର ପରଲୋକ ହୋଇ ଯାଇଛି। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପୁଅ, ବୋହୂ, ନାତି, ନାତୁଣୀ ସହ ପରିବାର ଲୋକ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ଲକ୍ଷ୍ମୀ ବଜାର ଅଞ୍ଚଳର ସମସ୍ତ ଦୋକାନ ବନ୍ଦ କରି ଶୋକ ସଭା କରାଯାଇଥିଲା। ତାଙ୍କ ବିୟୋଗରେ ବିଜେଡି ନେତା ନଳିନୀକାନ୍ତ ପ୍ରଧାନ ଶୋକବ୍ୟକ୍ତ କରିଛନ୍ତି।
ଲକ୍ଷ୍ମୀ ବଜାରର ପ୍ରତିଷ୍ଠାତା ସଦସ୍ୟ ବାଉରୀ ବନ୍ଧୁ ସାହୁଙ୍କର ୯୫ ବର୍ଷ ବୟସରେ ନିଧନ, ସହରର ସବୁ ଦୋକାନ ବନ୍ଦ କରି ଶ୍ରଦ୍ଧାଞ୍ଜଳି ଦେଲେ ବ୍ୟବସାୟୀ
