ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ଅନୁଷ୍ଠିତ ନିର୍ବାଚନ ପାଇଁ ସରକାରୀ କର୍ମଚାରୀ ତଥା ଏମ୍କେ, ସିଆରପି, ଅଙ୍ଗନବାଡ଼ିକର୍ମୀ, ପଞ୍ଚାୟତ କର୍ମଚାରୀଙ୍କୁ ଡକାଇ ଶାସକ ଦଳ ପାଇଁ ପ୍ରଚାର କରୁଛନ୍ତି ବୋଲି ବିଜେପି ଅଭିଯୋଗ କରି ଶନିବାର ବିଡ଼ିଓଙ୍କୁ ଘେରାଉ କରିଥିବା ଜଣାଯାଇଛି। ରାଜ୍ୟ ନିର୍ବାଚନ କମିଶନର ସରକାରୀ କର୍ମଚାରୀଙ୍କ ପାଇଁ ସୃଷ୍ଟ ନିର୍ଦେଶ ଦେଇଥିଲା ବେଳେ ସ୍ଥାନୀୟ ବିଡ଼ିଓ ଏ ପର୍ଯ୍ୟନ୍ତ ବିଭିନ୍ନ ବିଭାଗକୁ ନିର୍ବାଚନରେ ନିରପେକ୍ଷ ରହିବା ପାଇଁ କୌଣସି ପତ୍ର ନଦେଇ ବିଜେଡ଼ି ପାଇଁ କାମ କରୁଥିବା ଦଳର ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଅଭିଯୋଗ କରିଥିଲେ । ବିଭିନ୍ନ ସ୍ଥାନରେ ସରକାରୀ କର୍ମଚାରୀମାନେ ସଭାସମିତି କରୁଥିବାର ଫଟୋ ମଧ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦିଆଯିବ ବୋଲି ସେ କହିଥିଲେ । ଦୀର୍ଘ ସମୟ ଧରି ଘେରାଉ ପରେ ବିଡ଼ିଓ ସମସ୍ତ ବିଭାଗର କର୍ମଚାରୀଙ୍କୁ ରାଜ୍ୟ ନିର୍ବାଚନ କମିଶନ ଦେଇଥିବା ନିର୍ଦେଶନାମା ପତ୍ର ସମ୍ପର୍କରେ ଜଣାଇଥିଲେ ଏବଂ ଏହି ସରକାରୀ କର୍ମଚାରୀମାନେ ସଭାସମିତି ନକରିବା ପାଇଁ ନିର୍ଦେଶ ଦେଇଥିବା ଜଣାଯାଇଛି । ବିଭିନ୍ନ ଜୋନ୍ର ଦାୟିତ୍ବରେ ଥିବା ଅଧିକାରୀଙ୍କ ନିକଟରେ ଏଭଳି ଘଟଣା ପୁନରାବୃତ୍ତି ହେଲେ ତୁରନ୍ତ ତାଙ୍କ ନିକଟରେ ଅଭିଯୋଗ କରିପାରିବେ ବୋଲି ବିଡ଼ିଓ ଶିବଶଙ୍କର ମିଶ୍ର ନିର୍ଦେଶନାମା ଦେଇଥିବା ଜଣାଯାଇଛି। ବିଜେପିର ଦଳୀୟ ନେତା ଓ କର୍ମୀମାନେ ଘେରାଉରେ ସାମିଲ ଥିଲେ।
ବିଡିଓଙ୍କୁ ଘେରିଲା ବିଜେପି
- Post published:February 20, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
