କ୍ଷେତରେ ଚାଷୀଙ୍କୁ ଭାଲୁ ଆକ୍ରମଣ, ଜଣେ ଗୁରୁତର

You are currently viewing କ୍ଷେତରେ ଚାଷୀଙ୍କୁ ଭାଲୁ ଆକ୍ରମଣ, ଜଣେ ଗୁରୁତର

କିଶୋରନଗର : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ବ୍ଲକ ଖଇରମୁଣ୍ଡା ଗାଁରେ ଆଜି ସକାଳୁ ୩ଟି ଭାଲୁ ପଶି ଜଣକୁ ଆକ୍ରମଣ କରିଛନ୍ତି। ଗାଁରେ ଭାଲୁଙ୍କୁ ଦେଖି କୋକୁଆ ଭୟ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ଖାଦ୍ୟ ସନ୍ଧାନରେ ଆଜି ସକାଳୁ ତିନିଟି ଭାଲୁ ଖଇରମୁଣ୍ଡା ଗାଁରେ ପଶିଥିଲେ। ସେମାନେ ଗାଁର ଗଣେଶ୍ୱର ବାରିକଙ୍କ ଧାନ ଚାଷରେ ପଶିଥିଲେ। କିନ୍ତୁ ଗଣେଶ୍ବର ତାହା ଜାଣି ନ ପାରି କ୍ଷେତକୁ ଗଲା ବେଳେ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କ ପାଟି ଶୁଣି ଭାଲୁମାନେ ଘଟଣାସ୍ଥଳରୁ ଚାଲିଯାଇଥିବା ବେଳେ ଗାଁ ଲୋକ ବିଲରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକେ ଗଣେଶ୍ୱରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କିଶୋର ନଗର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାଯାଇଛି।

Share

Leave a Reply