୪୦ ଟଙ୍କା ପାଇଁ ଭିନ୍ନକ୍ଷମ ଶିବରାମଙ୍କୁ ମରଣାନ୍ତକ ଆକ୍ରମଣ

You are currently viewing ୪୦ ଟଙ୍କା ପାଇଁ ଭିନ୍ନକ୍ଷମ ଶିବରାମଙ୍କୁ ମରଣାନ୍ତକ ଆକ୍ରମଣ

 

ଅନୁଗୁଳ: ଅନୁଗୁଳ ସହରରେ ଆଇନଶୃଙ୍ଖଳା ପରିସ୍ଥିତି ଧୀରେ ଧୀରେ ବିଗୁଡୁଥିବା ଦେଖିବାକୁ ମିଳୁଛି। ଗତ ସୋମବାର ଦିନ ଗାନ୍ଧିମାର୍ଗ ଛକରେ ଘଟିଥିବା ଏକ ଘଟଣା ଏ କଥାକୁ ପ୍ରମାଣିତ କରୁଛି। ଶିବରାମ ମହାନ୍ତି ଜଣେ ଭିନ୍ନକ୍ଷମ। ଗାନ୍ଧିମାର୍ଗ ଛକରେ ଏକ ଜୁସ୍‌ ଦୋକାନ କରି ସେ ଚଳନ୍ତି। ଗତ ସୋମବାର ଦିନ ଦ୍ୱିପ୍ରହର ସମୟରେ ଜଣେ ଯୁବକ ଜୁସ୍‌ ପିଇବାକୁ ଆସିଲେ। ଭିନ୍ନ ଭିନ୍ନ ଜୁସ୍‌ ପିଇବା ପରେ ଦାମ ପଚାରିଥିଲେ। ଶିବରାମ ୧୩୦ ଟଙ୍କା କହିବାରୁ ସେ ୯୦ ଟଙ୍କା ଦେଇଥିଲେ।ଶିବରାମ ଏତେ ଟଙ୍କା କାଟିଲେ ସେ କିପରି ଚଳିବେ ବୋଲି କହିଥିଲେ। ଏଇ କଥାକୁ ନେଇ କଥା କଟାକଟି ହେବାପରେ ଗ୍ରାହକ ଜଣକ ଦୁଇ ତିନି ଜଣ ଯୁବକଙ୍କୁ ଡ଼କାଇଥିଲେ।ସେମାନେ ବିଭିନ୍ନ ମାରଣାସ୍ତ୍ର ଧରି ଦୋକାନରେ ପହଞ୍ଚି ଶିବରାମଙ୍କୁ ଆକ୍ରମଣ କରିଥିଲେ।ସେମାନଙ୍କର ଆକ୍ରମଣରେ ଗୁରୁତର ଶିବରାମ ଚିତ୍କାର କରୁଥିବା ବେଳେ ଦୃର୍ବୁତ୍ତ ମାନେ ଯାଗା ଛାଡ଼ି ପଳାଇଥିଲେ। ଆକ୍ରମଣର ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଥିବା ବେଳେ ଭୟରେ ଶିବରାମ ପୋଲିସରେ କୌଣସି ଏତଲା ଦେଇନାହାନ୍ତି କି ଦୋକାନକୁ ଆସୁ ନାହାନ୍ତି। ସ୍ଥାନୀୟ ପୋଲିସ ପ୍ରଶାସନ ଏସବୁ ପ୍ରତି ଧ୍ୟାନ ଦେବାକୁ ସାଧାରଣରେ ମତ ପ୍ରକାଶ ପାଇଛି।

Share

Leave a Reply