ଶିମିଳିପଡ଼ା ପୂଜା ମଣ୍ଡପରେ ଭଜନ ସନ୍ଧ୍ୟା, ଭକ୍ତିରସ ବାଣ୍ଟିଲେ ପଙ୍କଜ ଜାଲ

You are currently viewing ଶିମିଳିପଡ଼ା ପୂଜା ମଣ୍ଡପରେ ଭଜନ ସନ୍ଧ୍ୟା, ଭକ୍ତିରସ ବାଣ୍ଟିଲେ ପଙ୍କଜ ଜାଲ

ଅନୁଗୁଳ: ସ୍ଥାନୀୟ ଶିମିଳିପଡ଼ା ଦୁର୍ଗା ପୂଜା ମଣ୍ଡପ ପ୍ରାଙ୍ଗଣରେ ଆଜି ମହାନବମୀ ଅବସରରେ ଭଜନ ସନ୍ଧ୍ୟା ଆୟୋଜିତ ହୋଇଯାଇଛି। ଏହି ଭଜନ ସନ୍ଧ୍ୟାରେ ଯୋଗ ଦେଇଥିଲେ ଓଡ଼ିଶାର ସୁନାମଧନ୍ୟ ଭଜନ ଗାୟକ ପଙ୍କଜ ଜାଲ। ସେ ବଛା ବଛା ଭଜନ,ଆଧୁନିକ ଓ ସମ୍ବଲପୁରୀ ଲୋକଗୀତ ଗାଈ ଶ୍ରୋତା ମାନଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ।ତାଙ୍କୁ ଏଥିରେ ସହଯୋଗ କରିଥିଲେ ପଙ୍କଜଙ୍କ ଧର୍ମପତ୍ନୀ ତଥା ସୁଗାୟିକା ମାନସୀ ପାଣିଗ୍ରାହୀ। ପୂଜା କମିଟି ପକ୍ଷରୁ ସଭାପତି ଦେବାଶିଷ ମହାନ୍ତି ଓ କୋଷାଧ୍ୟକ୍ଷ ଅଜିତ ମିଶ୍ର ପ୍ରମୁଖ ଯୋଗଦେଇ କଣ୍ଠଶିଳ୍ପୀ ପଙ୍କଜ ଜାଲଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।

Share

Leave a Reply