ଅନୁଗୁଳ:ଅନୁଗୁଳ ଗାନ୍ଧିମାର୍ଗ ସ୍ଥିତ ଏକ ଘରୋଇ ସଭାକକ୍ଷରେ ବୁଧବାର ଭାରତ ବିକାଶ ପରିଷଦ ଅନୁଗୁଳ ଶାଖା ପକ୍ଷରୁ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ଏହି କର୍ମଶାଳାରେ ପରିଷଦର ପୂର୍ବକ୍ଷେତ୍ର କ୍ଷେତ୍ରୀୟ ମହାସଚିବ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ,ଓଡ଼ିଶା ପୂର୍ବ ପ୍ରାନ୍ତର ସଭାପତି ସତ୍ୟବାଦୀ ଦାଶ ଏବଂ ସଚିବ ସୌମେନ୍ଦ୍ର ଦାସଙ୍କ ସମେତ ଅନୁଗୁଳ ପରିଷଦର କର୍ମକର୍ତ୍ତା ଉପସ୍ଥିତ ଥିଲେ ।କର୍ମଶାଳାରେ ପରିଷଦର ଲକ୍ଷ୍ୟ,କାର୍ଯ୍ୟଖସଡା ଓ ଅଗ୍ରଗତି ଉପରେ ସୁବିସ୍ତୃତ ଆଲୋଚନା ହୋଇଥିଲା। ସନ୍ଧ୍ୟାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସଭା ମଞ୍ଚରେ ପରିଷଦର ପ୍ରତିଷ୍ଠା ଦିବସ ଆୟୋଜିତ ହୋଇଥିଲା।
ଏହି ସମାରୋହକୁ ଜେଏସପିଲଏଲ ସିଏସଆର୍ ବିଭାଗର ସହ ମୁଖ୍ୟ ପ୍ରବନ୍ଧକ ଆଶୁତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଶ୍ରୀ ମିଶ୍ର ନିଜ ଅଭିଭାଷଣରେ ସନାତନ ଓ ଜଗନ୍ନାଥ ସଂସ୍କୃତିରେ ଭାରତୀୟଙ୍କ ଭାବଧାରା ତଥା ଦେଶ ଗଠନରେ ବିକାଶ ପରିଷଦର ଭୂମିକା ଉପରେ ଆଲୋକପାତ କରିଥିଲେ।ସମାରୋହରେ ପରିଷଦର ସଭାପତି ଶାନ୍ତନୁ କୁମାର ସର ଅନୁଷ୍ଠାନର ସାମାଜିକ କାର୍ଯ୍ୟକଳାପ,ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ। ସମ୍ପାଦକ ବିଜୟ ମୋଦି ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ଵାଗତ ଭାଷଣ ଦେଇଥିଲେ।
ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ପରିଷଦର ଜାତୀୟ କର୍ମକର୍ତ୍ତା ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ,ସତ୍ୟବାଦୀ ଦାଶ,ସୌମେନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ।ସମାରୋହରେ ପୂର୍ବତନ ସୈନିକ ବିଭୂତି ଭୂଷଣ ପଟ୍ଟନାୟକ ଏବଂ ୬୪ ଥର ରକ୍ତଦାନ କରିଥିବା ଶିକ୍ଷୟତ୍ରୀ ଅନିତା ସାହୁଙ୍କୁ ଅତିଥି ମାନେ ମାନପତ୍ର,ଉପଢୌକନ ଏବଂ ସ୍ମୃତିଫଳକ ଦେଇ ସମ୍ବର୍ଧିତ କରିଥିଲେ। ଶେଷରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରମୋଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ସମାରୋହରେ ପରିଷଦର ଉପଦେଷ୍ଟା ଅନୁକୂଳ ନନ୍ଦ,ପୃଷ୍ଠପୋଷକ ହେମନ୍ତ ଦାଶ,ବଜରଙ୍ଗଲାଲ ଅଗ୍ରୱାଲା ଙ୍କ ସମେତ କ୍ଷୀରୋଦ ପ୍ରଧାନ,ମନ୍ମଥ ଦାସ,ହୃଦାନନ୍ଦ ପଣ୍ଡା,ନିର୍ମଳ ପଟ୍ଟନାୟକ,ଦିଲୀପ ସାହୁ, ଉଷାୟାନି ସର, ସିଦ୍ଧନାଥ ସାହୁ,ସଂଘମିତ୍ରା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।











