କଣିହାଁ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

You are currently viewing କଣିହାଁ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

କଣିହାଁ: ଶୁକ୍ରବାର କଣିହାଁ ବ୍ଲକ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଛି।

ଏହି ଶିବିରରେ ମୋଟ ୩୯୫ ଜଣ ଭିନ୍ନକ୍ଷମ ହିତାଧିକାରୀ ପୁଞ୍ଜିକୃତ ହୋଇଥିଲେ। ବ୍ଲକ୍ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ସାଂସଦଙ୍କ ପ୍ରତିନିଧି ତ୍ରିପୁରାରୀ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ସାହୁ, ତାଳଚେର ଓ ପାଳଲହଡ଼ା ବିଧାୟକଙ୍କ ପ୍ରତିନିଧିଙ୍କ ସମେତ ଅନେକ ଜନ ପ୍ରତିନିଧି ଏବଂ ବ୍ଲକ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ।

ଶିବିରକୁ ବିଡିଓ ତ୍ରିବିକ୍ରମ କୁମାର ପରିଚାଳନା କରିଥିଲେ। ଏହି ଅବସରରେ ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ହିତାଧିକାରୀମାନଙ୍କୁ ପରୀକ୍ଷା କରାଯାଇଥିଲା। ବିଶେଷ କରି ଅସ୍ଥି ଶଲ୍ୟ ଡାକ୍ତରଙ୍କ ନିକଟରେ ୧୩୩ ଜଣ, ଭେଷଜ ଡାକ୍ତରଙ୍କ ନିକଟରେ ୫୨ ଜଣ ଏବଂ ନାସା-ଗଳା-କର୍ଣ୍ଣ ବିଭାଗର ୪୩ ଜଣ ହିତାଧିକାରୀ ପରୀକ୍ଷିତ ହୋଇଥିଲେ।

ପରୀକ୍ଷା ପରେ ୪ ଜଣ ଭିନ୍ନକ୍ଷମଙ୍କୁ ଶ୍ରବଣ ଯନ୍ତ୍ର ଏବଂ ଜଣଙ୍କୁ ଯନ୍ତ୍ରଚାଳିତ ସାଇକେଲ (ଟ୍ରାଇ ସାଇକେଲ) ଚିହ୍ନଟ କରି ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ବସ୍ ପାସ୍ ପାଇଁ ୪୭ ଜଣ ହିତାଧିକାରୀଙ୍କୁ ମଧ୍ୟ ପରୀକ୍ଷା କରାଯାଇଛି। ବ୍ଲକର ୨୭ଟି ପଞ୍ଚାୟତର ଜନପ୍ରତିନିଧି ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Share

Leave a Reply