ଅନ୍ତୁଳିଆ: ଅନୁଗୁଳ ବ୍ଳକ୍ ଅନ୍ତୁଳିଆ ଅଲେଖ ମହିମା ଆଶ୍ରମ ନିର୍ମାଣ ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାବା ଅବଧୂତ ମାର୍କଣ୍ଡ ଦାସ, ସାଧୁ ଅଗସ୍ତି ଦାସ, ଗ୍ରାମ ସଭାପତି ଭରତ ବେହେରା, ପ୍ରଦ୍ୟୁମ୍ନ ପ୍ରଧାନ, ପ୍ରଫୁଲ୍ଲ ସାହୁ ପ୍ରମୋଦ ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତିରେ ଭୂମିପୂଜନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ମହିମା ଆଶ୍ରମ ସ୍ଥାପନ ହେବା ଦ୍ବାରା ସ୍ଥାନୀୟ ଅଞ୍ଚଳରେ ମହିମା ଧର୍ମର ପ୍ରସାର ପ୍ରଚାର ହୋଇପାରିବ ବୋଲି ଆଶା ପ୍ରକଟ କରାଯାଇଛି।
ଅନ୍ତୁଳିଆରେ ମହିମା ଆଶ୍ରମ ନିମନ୍ତେ ଭୂମିପୂଜା
- Post published:February 10, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul