maa mangala vihar

ସାତକୋଶିଆରେ ଗୟଳ ମୃତ

0

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟର ପୁରୁଣାକୋଟ ବନାଞ୍ଚଳ ଟୁଲୁକା ସଂରକ୍ଷିତ ଜଙ୍ଗଲରେ ଗତକାଲି ଏକ ମାଈ ଗୟଳର ମୃତଦେହ ବନବିଭାଗ ଉଦ୍ଧାର କରିଛି । ଟୁଲୁକା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଗୟଳର ମୃତଦେହ ପଡ଼ିଥିବା ବନ କର୍ମଚାରୀ ଦେଖିବାକୁ ପାଇଥିଲେ । ସାତକୋଶିଆ ବନ୍ୟପ୍ରାଣୀ ଚିକିତ୍ସକ ଡା. କିଶୋର ସାହୁଙ୍କ ଦ୍ଵାରା ଶବ ବ୍ୟବଚ୍ଛେଦ କରାଯାଇ ମୃତଦେହ ପୋତି ଦିଆଯାଇଥିଲା। ବୟସାଧିକ କାରଣରୁ ଗୟଳର ମୃତ୍ୟୁ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଥିବା ବନବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.