maa mangala vihar

ବନ୍ଧା ହେଲା ଟାୱାର ଲୁଟେରା

0

ଅନୁଗୁଳ: ଟାୱାର ଚୋରି ଅଭିଯୋଗରେ ସଦର ଥାନା ପୁଲିସ୍ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ଅଭିମନ୍ୟୁ ସାହୁ । ତା’ର ଘର ନୟାଗଡ଼ ଜିଲ୍ଲାରେ ହୋଇଥିବା ବେଳେ ସେ ଅନୁଗୁଳ ସହର ଉପକଣ୍ଠ ଗୀତାଗ୍ରାମରେ ରହୁଥିବା ଜଣାପଡ଼ିଛି। ପୁଲିସ୍ ସୂଚନା ମୁତାବକ, ଅଭିମନ୍ୟୁ ଓ ତା’ର କିଛି ସହଯୋଗୀ ବିଭିନ୍ନ ଟାୱାରରୁ ଲୁହା ଆଙ୍ଗେଲ୍ କାଟି ବାହାରେ ବିକ୍ରି କରିଥାନ୍ତି । ସେ ଓ ତାର କିଛି ସହଯୋଗୀ ସୋମବାର ଦିନ ହାଣଡିହରେ ଥିବା ମୋନେଟ୍ କମ୍ପାନିର ଏକ ଟାୱାର କାଟୁଥିଲେ । ଏ ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ସଦର ଥାନାର ପାଟ୍ରୋଲିଂ ପୁଲିସ୍ । ଏସଆଇ ତୁଷାରକାନ୍ତ ମହାନ୍ତି ଓ ଏସଆଇ ସ୍ୱର୍ଣ୍ଣମୟୀ ଷଣ୍ଢଙ୍କ ନେତୃତ୍ବରେ ଚଢ଼ାଉ କରାଯାଇଥିଲା । ପୁଲିସକୁ ଦେଖି ସହଯୋଗୀମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ପୁଲିସ୍ ଅଭିମନ୍ୟୁକୁ କାବୁ କରି ନେଇଥିଲା । ମଙ୍ଗଳବାର ଅପରାହ୍ନରେ ପୁଲିସ ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.